ବାରିପଦା , ୨୭/୧୨/୨୦୨୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ମାଲକାନଗିରି ଜିଲ୍ଲାରେ ଧରା ପଡିଛି ଏକ ସେକ୍ସ ଲ୍ୟାକେଟ । ଏହି କାରବାରରେ ଲିପ୍ତ ଥିବା ଦୁଇ ରାଣୀ ମହୁମାଛି ସମେତ ୮ ଜଣଙ୍କୁ ଗିରଫ କରିଛି ପୁଲିସ୍ । ଏଥିସହ ମୁମୂର୍ଣ୍ଣ ଅବସ୍ଥାରେ ସମ୍ବଲପୁର ଅଞ୍ଚଳର ଜଣେ ୧୫ ବର୍ଷୀୟ ନାବାଳିକାକୁ ଉଦ୍ଧାର କରି ଡାକ୍ଟରଖାନାରେ ଭର୍ତ୍ତି କରିଛି । ବ୍ୟାକେଟ୍ ନିକଟରୁ ବହୁ ଔଷଧ, ଆପତ୍ତିଜନକ ଜିନିଷ, ନଗଦ ୩ ହଜାର ୫୪୦ଟଙ୍କା ଏବଂ ୩ଟି ମୋଟର ସାଇକେଲ ଜବତ କରାଯାଇଛି । ସନ୍ଧ୍ୟାରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଏସ୍ଡିପିଓ ବିଳାଶ ଜୀ ଏସ୍ଡିପିଓଙ୍କ ସୂଚନା ଅନୁଯାୟୀ, ଦୁଇଜଣ ମହିଳା ସମ୍ବଲପୁରର ଜଣେ ନାବାଳିକାକୁ ଏଠାକୁ ଆଣିଥିଲେ । ଦରିଗୁଡା ଏମପିଭି-୧ ଗାଁ ନିକଟରେ ସେକ୍ସ କାମରେ ଲଗାଇଥିଲେ । ଏ ସଂପର୍କରେ ସେ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲେ । ତାଙ୍କ ନେତୃତ୍ବରେ ଏକ ଟିମ୍ ଗଢାଯାଇ ସେଠାରେ ଚଢଉ କରାଯାଇଥିଲା । ଚଢଉ ବେଲେ ମୁମୂର୍ଷ ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରାଯାଇଥିଲା । ସେଠାରୁ ଦୁଇଜଣ ମହିଳାଙ୍କ ସହ ୨ ଜଣ ପୁରୁଷଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ଠାରୁ କିଛି ଅଧୁକ ସୂଚନା ପାଇ ଟେକ୍ବାଡି,ମଲ୍ଲିକେଶ୍ବର କଲୋନିରେ ଚଢଉ କରାଯାଇଥିଲା । ସେଠାରୁଆଉ ୪ ଜଣଙ୍କୁ ଗିରଫ କରାଯାଇଥିଲା ।
ସେକ୍ସ ଲ୍ୟାକେଟ୍ ଠାବ: ୨ଜଣ ରାଣୀ ମହୁମାଛି ସମେତ ୮ ଗିରଫ, ନାବାଳିକା ଉଦ୍ଧାର
|
December 27, 2020 |
![](https://sandhannews.com/wp-content/uploads/2020/12/5-pic.jpg)