ଜାଲ୍ ପ୍ରମାଣପତ୍ର ବଣ୍ଟନ ମାମଲା

Spread the love

ଉଦଳା,୧୭/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ତତ୍ପରତା ଦେଖାଇଛି ଉଦଳା ପୁଲିସ। ଉଦଳା ତହସିଲ ଅଞ୍ଚଳରେ ବହୁଚର୍ଚ୍ଚିତ ଜାଲ୍ ପ୍ରମାଣପତ୍ର ବଣ୍ଟନ ମାମଲାରେ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଖୁଦିରାମ ସୋରେନ ଓ ବିଜୟ ପାତ୍ର ପୁଲିସର କାର୍ଯ୍ୟାନୁଷ୍ଠାନ ପରେ ଏହି ରାକେଟ୍ରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ଓ କେତେଲୋକଙ୍କୁ ଏମିତି ଜାଲ୍ ପ୍ରମାଣପତ୍ର ମିଳିଛି ସେ ତଥ୍ୟ ସାମ୍ନାକୁ ଆସିବାର ଆଶା ସଞ୍ଚାର ହୋଇଛି। ସୂଚନାଯୋଗ୍ୟ ଉଦଳା ବ୍ଲକ୍ ଫୁଲବାଡ଼ିଆ ଗ୍ରାମର ଶିରିଶ ହାଁସଦା ନିଜ ପୁଅରଉଚ୍ଚଶିକ୍ଷା ନିମନ୍ତେ ରୋଜଗାର ଓ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ନିମନ୍ତେ ଉଦଳା , କଚେରି ପରିସରରେ ଥିବା ଜଣେ ମହୁରିରଙ୍କୁ ଆବେଦନ ପତ୍ର ଦେଇଥିଲେ। ତେବେ ମହୁରିର ଜଣକ ଜାଲ୍ ପ୍ରମାଣପତ୍ର ପ୍ରଦାନ କରିବାରୁ ଶ୍ରୀ ହାଁସଦାଉଦଳା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଗତ ୨୪ ନଭେମ୍ବରରେ କେସ୍ ନଂ ୨୯୯/୨୦ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ମହୁରିରଙ୍କୁ ପଚରା ଉଚରା କରିବା ସହିତ ସହରର ଏକ କମ୍ପ୍ୟୁଟର ଦୋକାନରେ ଯାଇ ଯାଞ୍ଚ ଆରମ୍ଭ କରିଥିଲା । ହେଲେ ଏହାପରେ ତଦନ୍ତ ଶିଥିଳ ପଡ଼ିଯାଇଥିଲା । ଏ ନେଇ ସମ୍ବାଦରେ ଖବର ପ୍ରକାଶ ପାଇଥିଲା। ଶେଷରେ ପୁଲିସ ଆଜି ଏହି ଘଟଣାରେ ମହୁରିର ଖୁଦିରାମ ସୋରେନ ଏବଂ ସଂପୃକ୍ତ କମ୍ପୁଟର ଦେକାନରୁ ବିଜୟ ପାତ୍ରଙ୍କୁ ଗିରଫ କରିଛି। ୩ଟି ଦଫାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୁଲିସ ।

Related Posts

About The Author

Add Comment