କରଞ୍ଜିଆ, 13.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା); କରଞ୍ଜିଆରେ ଉପଖଣ୍ଡସ୍ତରୀୟଡାକ୍ତରଖାନା ରହିଛି। ଏହି ଡାକ୍ତରଖାନା ଉପରେ ଉପଖଣ୍ଡ ଅଧୀନ ୫ଟିବ୍ଲକ୍ ସହ ପଡୋଶୀ କେନ୍ଦୁଝର ଜିଲ୍ଲାର ପାଟଣା ଓ ସାହାରପଡ଼ା ବ୍ଲକ୍ ତଥାଝାଡ଼ଖଣ୍ଡର ବେନିସାଗର ଓ ମଝିଗାଁ ଅଞ୍ଚଳର ଲୋକ ନିର୍ଭର କରନ୍ତି ।ହେଲେ ଏହି ଡାକ୍ତରଖାନା ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏଠାରେଦୀର୍ଘ ୪ ବର୍ଷ ହେଲା ମେଡ଼ିସିନ୍ ସ୍ପେସାଲିଷ୍ଟ ନାହାନ୍ତି ସେହିପରି ଚକ୍ଷୁବିଭାଗ ଡାକ୍ତର ତଥା ଅନ୍ୟ ଡାକ୍ତର ପଦ ମଧ୍ୟ ଖାଲି ପଡ଼ିଛି କେବଳଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଥିବାରୁ ଗର୍ଭବତୀ ମହିଳା ଓ ପ୍ରସୂତିମାନେବହୁତ ହଇରାଣହେଉଛନ୍ତି । ଉଲ୍ଲେଖଥାଉ କି ନିକଟରେସ୍ତ୍ରୀ ରୋଗ ବିଶେଷଜ୍ଞଫଳରେ ସଂପୃକ୍ତବିଭାଗ ଏକ ପ୍ରକାର ଅଚଳ ହୋଇଯାଇଥିଲା ତେବେ ଡାକ୍ତର ସମସ୍ୟାସମ୍ପର୍କରେ କରଞ୍ଜିଆ ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର ଅକ୍ଷୟ କୁମାରରଥଙ୍କୁ ପଚରାଯାଇଥିଲା। ସେ ଡାକ୍ତର ଅଭାବ ରହିଲେ ରୋଗୀଅସୁବିଧା ଭୋଗିବା ସ୍ୱାଭାବିକ ବୋଲି କହିଥିଲେ ସେହିପରି ସିଡିଏମ୍ଓଙ୍କମତାମତ ନିଆଯାଇଥିଲା। ସେ ସଂପୃକ୍ତ ଡାକ୍ତର ଶୀଘ୍ର କାର୍ଯ୍ୟରେଯୋଗ ଦେବେ ତେବେ ପ୍ରସୂତି ବିଭାଗ ଏକ ଗୁରୁତ୍ବପୂର୍ଣ୍ଣ ବିଭାଗହୋଇଥିବାରୁ କାର୍ଯ୍ୟରତ ଡାକ୍ତରଙ୍କ ଅନୁସ୍ଥିତିରେ ଅନ୍ୟ ଜଣେ ଡାକ୍ତରଙ୍କୁଡେପୁଟେସନ୍ରେ ପଠାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।ତେବେ ଏପରି ସମୟରେ ତୁରନ୍ତ ଖାଲି ପଡ଼ିଥିବା ଡାକ୍ତର ପଦ ପୂରଣପାଇଁ ପ୍ରଶାସନ ପଦକ୍ଷେପ ନେଉ ବୋଲି ଦାବି ହୋଇଛି। ଦାବି ପୂରଣନ ହେଲେ ଆନ୍ଦୋଳନ କରାଯିବ ବୋଲି ଚେନାବନୀ ଦିଆଯାଇଛି ।
ଡାକ୍ତର ନାହାନ୍ତି ରୋଗୀ ହନ୍ତତନ୍ତ
|
December 13, 2020 |


