Homeଜିଲ୍ଲା ପରିକ୍ରମାକଟକ ବିବେକାନନ୍ଦ ଯୁବ ସଂସଦ ତରଫରୁ ୨୩ତମ ଇ-ପାଠ୍ୟଚକ୍ର ବିବେକାନନ୍ଦ ଯୁବ ସଂସଦ ତରଫରୁ ୨୩ତମ ଇ-ପାଠ୍ୟଚକ୍ର Sandhan News | November 22, 2020 | Spread the love କଟକ, ୨୨/୧୧/୨୦ (ସନ୍ଧାନ ନିଉଜ) : ବିବେକାନନ୍ଦ ଯୁବ ସଂସଦ ତରଫରୁ ୨୩ତମ ଇ-ପାଠ୍ୟଚକ୍ର, ୨୨ ନଭେମ୍ବର ସଂଧ୍ୟା ୬.୩୦-୮.୦୦ ମଧ୍ୟରେ ଗୁଗଲ୍ ମିଟ୍ ଆପ୍ ମାଧ୍ୟମରେ ଅନୁଷ୍ଠିତ ହେଇଜାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ ଶ୍ରୀ ଅଭିନବ ଗୋସ୍ୱାମୀ, ପ୍ରତିଷ୍ଠାତା , ବୈଦିକ ଟ୍ରି ଫାଉଣ୍ତେସନ୍,ଆଲିଗଡ,ଉତ୍ତର ପ୍ରଦେଶ ।ସେ ତାଙ୍କ ଅଭିଭାଷଣରେ ଗୋ ସମ୍ପଦକୁ ପ୍ରାଧାନ୍ୟ ଦେଇ କିଭଳି ସ୍ୱୟଂସମ୍ପୂର୍ଣ୍ଣ ବ୍ୟବସ୍ଥା ସୃଷ୍ଟି କରିହେବ ଯାହା ନିଜ ପ୍ରତିଷ୍ଠାନର ଉଦାହରଣ ମାଧ୍ୟମରେ ବର୍ଣ୍ଣନା କରିଥିଲେ ଯଉଠି ମୌଳିକ ଉତ୍ପାଦ ସହ ବିଦ୍ୟୁତ୍ ଉତ୍ପାଦନ, ରନ୍ଧନ ଗ୍ୟାସ୍ ଉତ୍ପାଦନ ତଥା ଗୋ-ପର୍ଯ୍ୟଟନ ଦ୍ୱାରା କିଭଳି ବିକାଶ କରାଯାଇପାରିବ ସେହିବିଷୟରେ ଉଦ୍ ବୋଧନ ଦେଇଥିଲେ ।ଆଜୀବନ ସଦସ୍ୟ ଶ୍ରୀ ରମଣ ଅଗ୍ରୱାଲ ଏଥିରେ ପୌରୋହିତ୍ୟ କରିଥିବା ସ୍ଥଳେ ସଂଯୋଜନା କରିଥିଲେ ସ୍ୱମୀବିବେକାନନ୍ଦ ଯୁବସଂସଦର ସହ ଆବାହକ ଶ୍ରୀ ବିଶ୍ୱଶ୍ୱର ମହାପାତ୍ର । ପ୍ରାରମ୍ଭରେ ସୁଶ୍ରୀ ଅହଲ୍ୟା ଗୋଚ୍ଛାୟତ ଗଣେଶ ଏବଂ ସରସ୍ୱତୀଙ୍କ ବନ୍ଦନା ପରିବେଷଣ କରିଥିବା ସ୍ଥଳେ ଶେଷରେ ସମବେତ ଶାନ୍ତିପାଠ କରାଯାଇ ଜଗତ କଲ୍ୟାଣ କାମନା କରାଯାଇଥିକା । ଯୁବସଂସଦ ପରିଚାଳନା ସମିତିର ତମସା ଦଳର ପାର୍ଥସାରଥି ସାହୁ,ଦିଲେଶ୍ୱର ବିଶୋଇ ଏବଂ ସଂଜୟ ମୁଖି ସଭା ପରିଚାଳନା କରିଥିଲେ ।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଯାଜପୁର ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଯୁବ ସଂସଦର ଜିଲ୍ଲା ସଂଯୋଜକ ଶ୍ରୀ ଋପେଶ ମହାରଣା । ଆଗାମୀ ରବିବାର ଗ୍ରାମୀଣ ବିକାଶ ଶୀର୍ଷକରେ ୱେବିନାର୍ ଆୟୋଜିତ ହେବ ବୋଲିଅନୁଷ୍ଠାନର ସମ୍ପାଦକ ଡ. ଚିତ୍ତରଞ୍ଜନ ନାୟକ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ପ୍ରଦାନ କରିଛନ୍ତି । Related Posts କୋଭିଡ ଯୋଦ୍ଧାଙ୍କ ସହିତ କଥାହେଲେ ମୁଖ୍ୟମନ୍ତ୍ରୀ; ପ୍ରଶଂସା ସହିତ ଆଶୁ ଆରୋଗ୍ୟ କାମନା କଲେ May 29, 2020 | Manas Kumar Rout | ଅଧିକ ପଢନ୍ତୁ ରାଜ୍ୟରେ ପୁଣି କରୋନା ନେଲା ୧୦ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୩୭୨ କୁ ବୃଦ୍ଧି August 19, 2020 | Sandhan News | ଅଧିକ ପଢନ୍ତୁ ପାଣ୍ଡିଆନଙ୍କୁ ଭଣ୍ଡ ସନ୍ୟାସୀ କହି ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର ! September 19, 2025 | Hemanta Bhainsa | ଅଧିକ ପଢନ୍ତୁ ୟୁଏସ ନେଭିସିଲ୍ ପରି ଏକ ଏଲିଟ କମାଣ୍ଡୋ ବାହିନୀ ଗଠନ କରୁଛି ଭାରତ,ନଭେମ୍ବର ସୁଦ୍ଧା କାର୍ଯ୍ୟାରମ୍ଭ କରିବ January 18, 2019 | Sandhan News | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
କୋଭିଡ ଯୋଦ୍ଧାଙ୍କ ସହିତ କଥାହେଲେ ମୁଖ୍ୟମନ୍ତ୍ରୀ; ପ୍ରଶଂସା ସହିତ ଆଶୁ ଆରୋଗ୍ୟ କାମନା କଲେ May 29, 2020 | Manas Kumar Rout | ଅଧିକ ପଢନ୍ତୁ
ରାଜ୍ୟରେ ପୁଣି କରୋନା ନେଲା ୧୦ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୩୭୨ କୁ ବୃଦ୍ଧି August 19, 2020 | Sandhan News | ଅଧିକ ପଢନ୍ତୁ
ପାଣ୍ଡିଆନଙ୍କୁ ଭଣ୍ଡ ସନ୍ୟାସୀ କହି ଟାର୍ଗେଟ୍ କଲେ ଶ୍ରୀମୟୀ ମିଶ୍ର ! September 19, 2025 | Hemanta Bhainsa | ଅଧିକ ପଢନ୍ତୁ
ୟୁଏସ ନେଭିସିଲ୍ ପରି ଏକ ଏଲିଟ କମାଣ୍ଡୋ ବାହିନୀ ଗଠନ କରୁଛି ଭାରତ,ନଭେମ୍ବର ସୁଦ୍ଧା କାର୍ଯ୍ୟାରମ୍ଭ କରିବ January 18, 2019 | Sandhan News | ଅଧିକ ପଢନ୍ତୁ