କୋରନା ଯୋଦ୍ଧା ଙ୍କୁ ଆକ୍ରମଣ ଘଟଣା ରେ ଜଣେ ଗିରଫ

Spread the love
ରାଇରଙ୍ଗପୁର, ୨୪/୯ (ସନ୍ଧାନ ନ୍ୟୁଜ୍ /ପରେଶ ଚନ୍ଦ୍ର ଷଡଙ୍ଗୀ) ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ କୋରନା ଯୋଦ୍ଧା ଙ୍କ ଆକ୍ରମଣ ମାମଲାରେ ଜଣେ କୋଟ ଚାଲାଣ । ମୟୂରଭଞ୍ଜ ଜିଲ୍ଲା ର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ର କୋରନା ଯୋଦ୍ଧା ମାନେ କୋଭିଡ ସ°କ୍ରାନ୍ତିଅ ଦେଇ ଗତ ୨୧/୯/୨୦୨୦ ତାରିଖ ଦିନ ବିଜାତଳା ବ୍ଳକ ର ବଣକାଟି ପଞ୍ଚାୟତର ଗଳମୁଣ୍ଡା ଗ୍ରାମ କୁ ଯାଇ ଥିଲେ ।ଘର ମାଲିକ ପରମେଶ୍ବର ବେହେରା କିଛି ନବୁଝି ମିଛ ସତ ରିପଟ ନେଇ ଗାଳି ଗୁଲଜ ପଥର ମାଡ଼ କରିଥିଲେ । ଗାଡି ର କାଚ ଭାଙ୍ଗି ଯାଇଥିଲା ସେମାନେ ଫେରି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଏହା କୁ ନେଇ ଏକ ମାମଲା ରୁଜୁ ହୋଇଥିଲା । ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଗୁରୁବାର ଦିନ ପରମେ ଶ୍ବର ବେହେରା କୁ କୋଭିଡ ନିୟମ ଉଲଘଂନ ମାମଲା ରେ ଗିରଫ କରି କୋର୍ଟ ଚାଲାଣ କରିଛି ।

Related Posts

About The Author

Add Comment