ଧାରରେ ଦଳିତ ନାବାଳିକା ଦୁଷ୍କର୍ମ ଉଦ୍ୟମ କରିବା ପଡ଼ିଲା ମହଙ୍ଗା

Spread the love

ବାରିପଦା ୩୧/୦୭(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):-  ଧାମରା ନିକଟସ୍ଥ ଅମରନଗର ଗ୍ରାମରେ ଏକ ଦଳିତ, ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଭଦ୍ରକ। ଏସପିଙ୍କ ନିକଟରେ ହେବା ପରେ ଏସପିଙ୍କ ନିର୍ଦ୍ଦେଶରେ ନାବାଳିକାର ମା ପୁନଶ୍ଚ ଧାମରା ଥାନାରେ ଦ୍ଵାରସ୍ଥ ହୋଇଛନ୍ତି। ଗତକାଲି ନାବାଳିକାର ମା ଧାମରା ଥାନାରେ ପହଂଚି ଲିଖିତ ଅଭିଯୋଗ କରିବା ପରେ ଏନେଇ ଥାନାରେ ୩୪/୨୦ରେ କେଶ ରୁଜୁ ହୋଇଛି । ପରେ ବିଳମ୍ବିତ ରାତିରେ ଧାମରା ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଦୁଷ୍କର୍ମ ଉଦ୍ୟମକାରୀ ସୁବାଶ ହାଜିରାକୁ (୬୦) ଗିରଫ କରାଯାଇଛି । ଗିରଫ ହେବା ପରେ ଆଜି ଧାମରା ଥାନାଧିକାରୀ ନାବାଳିକା ଏବଂ ତାଙ୍କ ମାକୁ ଥାନାକୁ ଡକାଇ ଥାନାରେ ଜେରା କରିବା ସହ ବାଂଶଡା ଥାନାକୁ ନେଇ ଦଳିତ ନାବାଳିକା ଝିଅର ବୟାନକୁ ରେକର୍ଡ କରାଯାଇଛି ବୋଲି ନାବାଳିକା ଝିଅର ମା ଗଣମାଧ୍ୟମ ଆଗରେ ସୁଚନା ଦେଇଛନ୍ତି । ଆସନ୍ତା କାଲି ନାବାଳିକାକୁ ଡାକ୍ତରୀ ମାଇନା

କରାଯିବା ପରେ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବ ବୋଲି ଜଣାଯାଇଛି । ଗତକାଲି ନାବାଳିକା ଝିଅ ଓ ଅସହାୟ ସ୍ଵାମୀ ପରିତ୍ୟକ୍ତା ମହିଳା ଭଦ୍ରକ ଏସପିଙ୍କ ଦ୍ୱାରସ୍ଥ ହେବା ପରେ ବିଭିନ୍ନ ରାଜନୈତିକ ଦଳ ଏବଂ ସ୍ଥାନୀୟ ପୁଲିସ ପକ୍ଷରୁ ଏହି ଘଟଣାକୁ ଅ ଚାପିଦେବା ପାଇଁ ବହୁ ଉଦ୍ୟମ କରାଯାଉଥିବା ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ଏଥିସହ ଦଳିତ ନାବାଳିକା ଏବଂ ତାଙ୍କ ପରିବାର ଭୂମିହୀନ । ହୋଇଥିବା ବେଳେ ସେମାନଙ୍କୁ ଅମରନଗର ଗ୍ରାମରୁ ହଟାଇବାସହ | ଜୀବନରୁ ମାରିଦେବା ପାଇଁ ବହୁ ଧମକ ଦିଆଯାଉଛି । ଘଟଣାରୁ ପ୍ରକାଶ ଦୋସିଙ୍ଗା ଗ୍ରାମପଂଚାୟତ ଅଧିନସ୍ଥ  ଅମରନଗର ଗ୍ରାମର ସୁବାଶ ହାଜିରା (୬୦) ବର୍ଷର ବୃଦ୍ଧ ୪୫ ଦିନ ମଧ୍ୟରେ ୩ଥର ଦୁଷ୍କର୍ମ ଉଦ୍ୟମ କରିଥିବା ନାବାଳିକା ଯୁବତୀର ମା ଏବଂ ନାବାଳିକା ଅଭିଯୋଗ ।  ଆଣିଛନ୍ତି । ଏହି ଦୁଷ୍କର୍ମ ଅଭିଯୋଗ ଧାମରା ଥାନାରେ ହୋଇଥିଲେ ମଧ୍ୟ ସଂପୃକ୍ତ ଥାନାଧିକାରୀ ଏହି ଅଭିଯୋଗକୁ ଗ୍ରହଣ କରି କୌଣସି ଏତଲା ନକାଟି ଏହି କଥାକୁ ଦଫାରଫା କରିବା ପାଇଁ ଦୋସିଙ୍ଗା ସରପଂଚଙ୍କ ପ୍ରତିନିଧିକୁ ଦାୟିତ୍ବ ଦେଇ ନିଜ ମୁଣ୍ଡ ଉପରୁ ଦାୟିତ୍ବ ଓହ୍ଲାଇ ଦେଇଥିଲେ। ବୋଲି ସଂପୃକ୍ତା ନାବାଳିକାର ମା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ। ପରେ ଅନ୍ୟ ଉପାୟ ନପାଇ ଗତକାଲି ନାବାଳିକା ଏବଂ ତାଙ୍କ ମା ଭଦ୍ରକ ଏସପିଙ୍କ ଦେଖା କରି ଲିଖିତ ଅଭିଯୋଗ କରିବା ପରେ ଭଦ୍ରକ ଏସପି ଏହି ଘଟଣାର ତଦନ୍ତ କରିବା ପାଇଁ ଧାମର।  ଥାନାଧିକାରୀଙ୍କୁ କହିଥିଲେ। ଆଜି ଏହି ଘଟଣାର ସଂପୂର୍ଣ୍ଣ ପର୍ଦ୍ଦାଫାସ ହେବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା । ସ୍ଥାନୀୟ ବୁଦ୍ଧିଜିବୀ ଏହି ଘଟଣାର ଉଚ୍ଚସ୍ତରୀୟ । ତଦନ୍ତ କରିବାକୁ ଦାବୀ କରିବା ସହ ଦଳିତ ନାବାଳିକା ପରିବାରକୁ ନ୍ୟାୟ ଦେବାକୁ ଦାବୀ କରିଛନ୍ତି ।

Related Posts

About The Author

Add Comment