ତହସିଲଦାରଙ୍କ ସମେତ ୫ ଜଣଙ୍କ ନାମରେ ଥାନାରେ ଅଭିଯୋଗ,୨ ଗିରଫ

Spread the love

ବାରିପଦା, ୨୪/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) ମୟୁରଭଞ୍ଜ ଜିଲା ବେତନଟୀ ଓ ବଡ଼ସାହି ଅଞ୍ଚଳରୁ ଲଘୁ ଖଣିଜ ପଦାର୍ଥ ଲୁଟ ଚାଲିଥିବା ଓ ଏହି ଖଣିଜ ପଦାର୍ଥ ଜିଲା ବାହାରକୁ ପ୍ରଶାସନ ଜାଣତରେ ଚାଲିଥିବା ବେଳେ କେତେବେଳେ ଲୋକ ଦେଖାଣିଆ ଭାବେ ଜବତ କରି ଉଭୟ ସରକାରୀ ଓ ବେସରକାରୀ ଭାବେ ରାଜସ୍ବ ଆଦାୟ ନିତିଦିନିଆ ଘଟଣା ପାଲଟିଥିବାବେଳେ ଆଜିର ଘଟଣା ସମ୍ପୁର୍ଣ୍ଣ ଅଲଗା ଥିବା ଜଣାଯାଇଛି। ମୋରମ ମାଫିଆଙ୍କ ସହିତ ତହସିଲଦାର ମିଶି କିପରି ଖୋଲାଖୋଲି  ଚୋରା ମୋରମ ଓ ବାଲି ଚାଲାଣରେ ସହଯୋଗ କରୁଛନ୍ତି ତାହା ଭାଇରାଲ ହୋଉଥିବା ଅଡିଓ ଭଏସ ରେକର୍ଡରୁ ସ୍ପଷ୍ଟ ହୋଇଛି।ଗତ ସୋମବାର ରାତି ପ୍ରାୟ ସାଢେ଼ ୩ଟାରେ ଏକ ମୋରମ ବୋଝେଇ ଟ୍ରକ ନଂ ଓଡି୦୧ଏଫ-୯୨୪୮ ବାଲେଶ୍ଵର ଜିଲା ଚାନ୍ଦିପୁର (ଆଇଟିଆର) କୁ ଯାଉଥିବା ସମୟରେ ବେଆଇନ ଭାବେ ତହସିଲଦାର ଓ କେତେକ ଗୁଣ୍ଡାଶ୍ରେଣୀୟ ଯୁବକଙ୍କ ଦ୍ବାରା ଏହି ଗାଡ଼ି ବୈଶିଙ୍ଗା ଥାନା ଛକ ନିକଟରେ ଅଟକାଇଥିଲେ। ଉକ୍ତ ଯୁବକମାନେ ଡ୍ରାଇଭରଙ୍କ ଠାରୁ ଟଙ୍କା ଲୁଟ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ବୋଲି ଟ୍ରକ ମାଲିକ ବଡସାହିର ଶ୍ରୀକାନ୍ତ କୁମାର ଦାସ ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ ୨୨ ତାରିଖ ବୁଧବାର ରାତିରେ କରିଛନ୍ତି। ଶ୍ରୀକାନ୍ତ ବେତନଟୀ ତହସିଲଦାର ଅନୀଷା ଦାସଙ୍କ ସମେତ ବାଲେଶ୍ଵର ସଦରଥାନା ଦୁମୁଦା ଗ୍ରାମର ଅଭିଜିତ ମହଲ , ବେତନଟୀର ରିଣ୍ଡୁ ଓରଫ ଶିବାଶିଷ ନଥଜଗା ଓରଫ ଖଗେଶ୍ବର ବେହେରା ଓ ସଦର ଉପଜିଲାପାଳ ବୋଲାଉଥିବା ଜଣେ ଅଜଣା ମହିଳାଙ୍କ ନାମରେ ବୈଶିଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଶ୍ରୀକାନ୍ତ ଆଭିଯୋଗପତ୍ରରେ ଦର୍ଶାଇଛନ୍ତି।ଯେ ତାଙ୍କ ଗାଡି ଚାଳକ କାହ୍ନୁଚରଣ ବିନ୍ଧାଣୀ ବଡ଼ସାହି ତହସିଲ ଅଧୀନ ଗଜଡିହିର ଉଦୟନାଥ ସାହୁଙ୍କ ମୋରମ ଖାଦାନରୁ ମୋରମ ନେଇ ବାଲେଶ୍ବର ଯାଉଥିବା ସମୟରେ ଗୋଟିଏ ଧଳାରଙ୍ଗର କାର ନଂ ଓଡି୧୧ପି ୨୭୭୭ ଆସି ମୋରମ ବୋଝେଇ ଗାଡ଼ି ସାମନାରେ ଛିଡାକରିବା ପରେ ସେଥିରୁ ରିଣ୍ଡୁ ଓରଫ ଶିବାଶିଷ ଏବଂ ଜଗା ଓରଫ ଖଗେଶ୍ବର ଓହ୍ଲାଇ ଟ୍ରକ ଚାଳକକୁ ଗାଡ଼ି କାଗଜପତ୍ର ଓ‌  ମୋରମ ଚାଲାଣ ମାଗିଲେ। ଗାଡିଚାଳକ  ସେମାନଙ୍କୁ ଚିହ୍ନିଥିବାରୁ କାଗଜପତ୍ର ଦେଇନଥିଲା ସେ କାଗଜପତ୍ର ନଦେବାରୁ ସେମାନେ ଉତ୍ୟକ୍ତ ହୋଇ ଚାଳକକୁ ୨୦ହଜାର ଟଙ୍କା ମାଗିଥିଲେ। ସେ ନଦେବାରୁ ଚାଳକ ନିକଟରେ ଥିବା ୬ହଜାର ଟଙ୍କା ଛଡାଇ ନେଇଥିଲେ ବୋଲି ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି। ଚାଳକ ଅନ୍ୟ ଉପାୟ ନପାଇ ମାଲିକର ନିର୍ଦ୍ଦେଶକ୍ରମେ ଥାନା ପରିସରକୁ ଗାଡ଼ି ନେଇଥିବା ସମୟରେ ତହସିଲଦାରଙ୍କ ସହିତ ଜଣେ ଅଚିହ୍ନା ମହିଳା ପହଞ୍ଚିଥିଲେ । ଉକ୍ତ ଭଦ୍ର ମହିଳାଙ୍କୁ ତହସିଲଦାର ସବ-କଲେକ୍ଟର ବୋଲି ପରିଚିତ କରାଇଥିଲେ।ଗାଡି ଥାନା ପରିସରରେ ରଖିବାପରେ ତହସିଲଦାର ଥାନାରେ ଥିବା ସେଣ୍ଟ୍ରି ପଣ୍ଡାବାବୁଙ୍କୁ କହିଲେ ଗାଡ଼ି ରହିଲା  ୧୦ମିନିଟ ପରେ ଚାଳକକୁଛାଡ଼ିଦେବା । ତହସିଲଦାର ଓ ତଥାକଥିତ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଜଗା ଓ ରିଣ୍ଟୁ ଟ୍ରକ ଡ଼୍ରାଇଭରକୁ ମାଡମାରିଥିଲେ ବୋଲି ଅଭିଯୋଗ କରିଛନ୍ତି ଶ୍ରୀକାନ୍ତ ଅଭିଯୋଗ କରିଛନ୍ତି ଯେ ତାଙ୍କର କାଗଜପତ୍ର ଠିକ୍ ଥିବାବେଳେ ତହସିଲଦାର ଓ ତଥାକଥିତ ଉପଜିଲ୍ଲାପାଳ ଉକ୍ତ ଗୁଣ୍ଡା ପ୍ରକୃତିର ଯୁବକ ଓ ଦଲାଲ ଗାଡ଼ି ଅଟକାଇଛନ୍ତି । ଏହାର ଉପଯୁକ୍ତ ତଦନ୍ତ କରିବାକୁ ସେ ଅନୁରୋଧ କରିଛନ୍ତି । ଏତଦବ୍ୟତୀତ ମାଫିଆ ଅଭିଜିତ ଶ୍ରୀକାନ୍ତଙ୍କୁ ଫୋନ୍ କରି ତହସିଲଦାରଙ୍କୁ କଥା କରାଇବା ସହିତ  ୧ଲକ୍ଷ ଟଙ୍କା ଦେଇ ସଫାସୁତୁରା କରି ଚୋରାରେ ବ୍ୟବସାୟ କରିବା ପାଇଁ ପ୍ରବର୍ତ୍ତାଇଥିଲେ ବୋଲି ଅଭିଯୋଗ କରିଥିଲେ । ବୈଶିଙ୍ଗା ଥାନାଧିକାରୀ ଅଭିଯୋଗକାରୀଙ୍କ ଅଭିଯୋଗକୁ ଭିତ୍ତିକରି ତହସିଲଦାରଙ୍କ ସମେତ ୫ ଜଣଙ୍କ ନାମରେ କେସନଂ ୧୫୯/୨୦ ରେ ଦଫା ୩୪୧,୨୯୪,୩୨୩,୩୭୯,୩୮୪,୫୦୬,୩୪ରେ ମାମଲା ରୁଜୁ କରିଛନ୍ତି । ଏହି ଘଟଣାରେ ବୈଶିଙ୍ଗା ପୋଲିସ ବାଲେଶ୍ବର ସଦରଥାନା ଦୁମୁଦା ଗ୍ରାମର ଅଭିଜିତ ମହଲକୁ ବୈଶିଙ୍ଗା ବଜାରରୁ ଓ ରିଣ୍ଟୁ ଓରଫ ଶିବାଶିଷ ନାମକୁ ବେତନଟୀରୁ  ଗିରଫ କରିଥିବା ଜଣାଯାଇଛି । ତେବେ ରାତିରେ ପୋଲିସ ଜଣେ ମହିଳାଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।

       ପ୍ରକାଶଥାଉଳି ପୂର୍ବରୁ ବେତନଟୀ ତହସିଲଦାରେ ବେଆଇନ ମୋରମ ଚାଲାଣ ଅଭିଯୋଗରେ ଜଣେ ତହସିଲଦାର ଗିରଫ ହୋଇଥିବା ନଜିର ରହିଛି । ତେବେ ବର୍ତ୍ତମାନ ଘଟଣାରେ ଉପଜିଲ୍ଲାପାଳ କୁହାଯାଉଥିବା ଅଜଣା ମହିଳା ଜଣକ କିଏ ବୋଲି ତଦନ୍ତ ହେବା ନିତାନ୍ତ ଜରୁରୀ । ଏହା ଯଦି କରାନଯାଏ ତେବେ ପ୍ରକୃତ ଉପଜିଲ୍ଲାପାଳଙ୍କ ପ୍ରତି ଏହା ଅବମାନନା ହେବ ବୋଲି ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି ।

Related Posts

About The Author

Add Comment