ବାରିପଦା/ବାଲେଶ୍ୱର,୨୦.୬.୨୦୨୦ (ସନ୍ଧାନ ନିଉଜ) ଚିର ବିଦ୍ରୋହର ପାର୍ଟି ଶସ୍ୟ ଶ୍ୟାମଳା ସ୍ୱର୍ଣ୍ଣ ପ୍ରସୁଧରଣୀ , ଧାନ , ପାନ , ମୀନ , କାଜୁ , ଗୁଆ , ଚିନାବାଦାମ , ନଡିଆର ରତ୍ନ ର୍ଗଭାର ଭଣ୍ଡାର ଦଷିଣ ବାଲିଆପାଳରେ ହେବାକୁ ଥିବା ସୁବର୍ଣ୍ଣରେଖା ମୁହାଣ ଠାରେ ବହୁତ ବଡର ପାଓାର ପ୍ଲାର୍ଟ ଓ ପ୍ରେଟ୍ରୋ କେମିକାଲସ୍ ଆଦି ମେଗା ସିଳ୍ପାୟନ ବିରୁଧରେ ୧୯.୦୬.୨୦୨୦ରିଖ ଅପରାହ୍ନରେ ଚାନ୍ଦମଣି ଦୁର୍ଗା ପଡିଆ ଠାରେ ଛଅଗୋଟି ଗ୍ରାମପଚାୟତ ଯଥା; ଚଉମୁଖ ଓ ଗରା ,ବେଲଗଡିଆ ,ଅଣାଡିଆ ନୁଆଗାଁ ଓ ଜମ୍ବିରାଇ ଗ୍ରାମବାସୀଙ୍କ ପଷରେ ଏକ ବିଶାଳ ପ୍ରଜାମେଳ ଓ ସାମ୍ବାଦିକ ସମିଳନି ହୋଇଥିଲା । ଏଠାରେ ମୂଖ୍ୟ ଅତିଥୀ ରୂପେ ଉ.ଚ.ଓ ରାଜ୍ୟ କମିଟି ସଦସ୍ୟ ଜୟ୍ନ୍ତ ଦାସ ଓ ମୂଖ୍ୟ ବକ୍ତା ଇଣ୍ଡିଆ ଗଣପନ୍ତ୍ରୀକ ମହିଳା ସମିତିର ସମ୍ପାତିକା ତାପସୀ ପ୍ରହରାଜ , ଉପକୂଳ ଭିଟା ମାଟି ସୁରଷା କମିଟିର ସଂଯୋଯକ ଅନୁଜ ମହାପାତ୍ର ,ସ୍ଥାନିୟ ସରପଚ ,ସଚିବ ସଭ୍ୟ , ଲୋକ ପ୍ରତିନିଧୀ ଓ ଉପକୁଳ ଭିଟାମାଟୀ ସୁରଷା କମିଟିର କର୍ମକତା ,ସଂମ୍ବଦିକ ବନ୍ଧୁମାନେ ,ତଥା ଓଡିଶା ବିସ୍ତା ବାନ ବିରୋଧୀ ଜନ ଆନେ୍ଦାଳନର ବହୁ ବିଶିଷ୍ଟ ନେତ୍ର ବୃନ୍ଦ ଉପସ୍ଥିତ ଥିଲେ ।
ମାଟିର ମହାସଂଗ୍ରାମରେ ବିଜୟୀ ବାଲେଶ୍ୱର , ବାଲିଆପାଳର କୃଷିଜିବୀ , ମାଟିପ୍ରେମୀ ଉାଇ ଓ ଭଉଣୀ ମାନେ ସରକାରଙ୍କ ଦ୍ୱାରା କରାଯଉଥିବା ବିଭିନ୍ନ ପ୍ରକଳ୍ପ ବିରୁଧରେ ଜନ ଆନେ୍ଦାଳନ କରିଥିଲେ । ଯଥା; ଚଉମୁଖ ଠାରୁ ହଂସ କରା ଘନ ଜନବସତିକୁ ଉଠାଯାଇ ସୁବର୍ଣ୍ଣରେଖା ମୁହାଣରେ ବନ୍ଦର ନିର୍ମାଣ ବଳର ଭିତିକ ପାଓାର ପ୍ଲାର୍ଟ ମାରମକ ହଳଦିଆ ପ୍ରେଟ୍ରୋକେମିକାଲ ଇଉନିଟି ,ଉଡାଜାହଜ ମରାମତି କାରଖାନା ଆଦି ନିର୍ମାଣ କାର୍ଯ୍ୟ ଯେଉଁଥିରେ ପ୍ରଚଣ୍ଡ ପରିବେଶ ପ୍ରଦୁଷଣକାରୀ ମାଟିଟତା ,ଖଣିଜତା , ବିଷାକ୍ତ ବର୍ଯବସ୍ତୁ , ଭିଷଣ ଉପମ , ଧୂଳି , ଧୂଆ ଅଙ୍ଗାରକାମ୍ଲ ଗ୍ୟାସ ସୃଷ୍ଟି କରି ପରିବେଶ ଓ ଜନବସତିକୁ ମରୁଭୂମିରେ ପରିଣତ କରିବାର ସରକାରଙ୍କର ହୀନମନତାର ପରିଚୟ ଦିଏ । ଏହାଦ୍ୱାରା ଶହ ଶହ ଏକର ଚାଷ ଜମି ବିପଯ୍ୟସ୍ତ ହେବା ସହିତ ୩୦,୪୦ ହଜାର ଲୋକ ଯେଉଁମାନେ ପାକୃତିକ ଉପାୟରେ ଚାଷ ସହିତ ସଂଶ୍ଲିଷ୍ଟ ହୋଇ ଜୀବିକା ନିର୍ବାହ କରନ୍ତି । ସେମାନଙ୍କର ଜୀବିକା ଓ ଭବିଷ୍ୟତ ସହିତ ସରକାର ଖେଳ ଖେଳିବାର ସ୍ୱପ୍ନ ଦେଖୁଛନ୍ତି । ଆଜିର ଏଇ ସମିଳନୀ ବାଲେଶ୍ୱରରେ ସିମିତ ହେଲେ ମଧ ଭବିଷ୍ୟତରେ ସାରା ରାଜ୍ୟରେ ତାର ପ୍ରଭାବ ବିସ୍ତାର କରିବା ସୂଚନା ମିଳୁଅଛି । ଏଣୁ ପ୍ରଶ୍ନ ଉଠୁଛି ପ୍ରଶାସନର ହିନ ଚକ୍ରାନ୍ତ …..ା
ରିପୋର୍ଟ- ଲିଙ୍ଗରାଜ ପଣ୍ଡା, ବାରିପଦା
ମାଟି ପାଇଁ ପାର୍ଟି ନାହିଁ
|
June 20, 2020 |



