ବିଦ୍ୟୁତ୍ ଆଘାତରେ ଯୁବକ ମୃତ

Spread the love

ଭଦ୍ରକ, ୦୫/୦୬/୨୦ (ସନ୍ଧାନ ନିଉଜ) : ଏହି ଜିଲାର ବାସୁଦେବପୁର ବ୍ଲକ୍‌ର ନରସିଂହପୁର ପଂଚାୟତ ମଖଲପୁର ଅଂଚଳର ଜଣେ ୧୮ ବର୍ଷ ଯୁବକର ଅକାଳ ମୃତ୍ୟୁ । ମଖଲପୁର ଗ୍ରାମର ଅନାଦି ବେହେରାଙ୍କ ୧୮ ବର୍ଷର ପୁଅ ଜଗବନ୍ଧୁଙ୍କ ଦୁଃଖଦ ଅବସ୍ଥାରେ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଜଗବନ୍ଧୁ ଆଜି ସନ୍ଧ୍ୟାରେ ଘରେ ଏକ ଫ୍ୟାନ୍ ଲଗାଉଥିବା ବେଳେ ଅସାବଧାନତା ବଶତଃ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପଡିଯାଇଥିଲେ । ଘରଲୋକମାନେ ତାଙ୍କୁ ଅଚେତ ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଜଗବନ୍ଧୁ ପିତା ମାତାଙ୍କର ଏକମାତ୍ର ପୁତ୍ର ହୋଇଥିବାବେଳେ ତାଙ୍କର ଦୁଇଜଣ ବିବାହିତା ଓ ଜଣେ ବିବାହ ଯୋଗ୍ୟ ଭଉଣୀ ରହିଛନ୍ତି । ଏବଂ ଆଜି ଦିନରେ ତାଙ୍କ ଘରର ଛାତ ପଡିଥିଲା । ଏପରି ଅବସ୍ଥାରେ ପରିବାରର ସଦସ୍ୟମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଘଟଣାଟି ସମଗ୍ର ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

Related Posts

About The Author

Add Comment