କରୋନା ପାଇଁ ବିଜେପି ଓ କଂଗ୍ରେସର ଦଳୀୟ କାର୍ଯ୍ୟକ୍ରମ ବାତିଲ

Spread the love

ଭୁବନେଶ୍ୱର, ୧୯/୦୩ (ସନ୍ଧାନ ନିୟୁଜ/ମାନସ ରାଉତ) : କରୋନାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିବା ବେଳେ ରାଜନୈତିକ ଦଳଗୁଡ଼ିକ ସମସ୍ତ ସାଂଗଠନିକ ଓ ରାଜନୀତିକ କାର୍ଯ୍ୟକ୍ରମକୁ ରଦ୍ଦ କରିଛନ୍ତି। ବିଜେଡି ପରେ ଆଜି ବିଜେପି ଓ କଂଗ୍ରେସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ସବୁ ରାଜନୀତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ଉଭୟ ଦଳ କହିଛନ୍ତି।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି କହିଛନ୍ତି ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶରେ ସମଗ୍ର ଦେଶରେ ବିଜେପି ପକ୍ଷରୁ ଆସନ୍ତା ଏକମାସ ପର୍ଯ୍ୟନ୍ତ କୌଣସି ପ୍ରକାରର ଜନଆନ୍ଦୋଳନ, ଧାରଣା, ବିକ୍ଷୋଭ ପ୍ରଦର୍ଶନ କରାଯିବ ନାହିଁ। ସେହିପରି ଓଡ଼ିଶାରେ ଏକମାସ ପର୍ଯ୍ୟନ୍ତ ସାମୂହିକ ଭାବେ ବିଜେପି ପକ୍ଷରୁ କୌଣସି ପ୍ରକାରର ଜନ ଆନ୍ଦୋଳନ, ଧାରଣା, ବିକ୍ଷୋଭ ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମ କରାଯିବ ନାହିଁ। ଏହି ନିଷ୍ପତ୍ତିକୁ ସମସ୍ତ ଜିଲ୍ଲା, ବ୍ଲକ ଓ ମଣ୍ଡଳସ୍ତରରେ ଲାଗୁ କରାଯିବ। ଦଳର ସମସ୍ତ କର୍ମକର୍ତ୍ତା ଏହି ନିଷ୍ପତ୍ତିକୁ ଗ୍ରହଣ କରିବା ସହ କରୋନା ସଚେତନତା ସନ୍ଦେଶ ଲୋକଙ୍କ ପାଖରେ ପହଂଚାଇବା ଦିଗରେ କାର୍ଯ୍ୟ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Related Posts

About The Author

Add Comment