ଭଦ୍ରକ,୧୦/୦୨ (ସନ୍ଧାନ ନିୟୁଜ) ଜିଲ୍ଲାର କିନ୍ନରମାନଙ୍କ ଦ୍ବାରା “ନବଜୀବନ” ନାମକ ଏକ ସ୍ବେଚ୍ଛାସେବୀ ସଂଗଠନ ର ଶୁଭ ଉଦଘାଟନ ହୋଇଯାଇଛି।ସ୍ଥାନୀୟ ଶ୍ରୀରାମ ମଣ୍ଡପରେ ଆୟୋଜିତ ଏହି ଉଦଘାଟନୀ ସଭାରେ ସଂଗଠନ ସଭାପତି ଶ୍ରାବଣୀ କିନ୍ନରଙ୍କ ସଂଯୋଜନାରେ ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ବିକାଶ ଦାଶ ଫିତା କାଟି ଉଦଘାଟନ କରିଛନ୍ତି।ଆଇନଜୀବି ରଂଜନ ପଣ୍ଡା ସଭାପତିତ୍ବରେ ଉକ୍ତ ସଭାରେ ଭଗତସେନା ଆବାହକ ସିତାଂଶୁ ମହାପାତ୍ର ମୂଖ୍ୟଅତିଥି ଭାବେ ଯୋଗଦାନ କରିଥିବା ବେଳେ ହାଇକୋର୍ଟ ଆଇନଜୀବି ମନୋଜ ରାୟ,ମାନବାଧିକାର କର୍ମୀ କ୍ଷୀତିଶ ସାମନ୍ତ ବେହେରା ଓ କିନ୍ନର ମହାସଂଘର ବରିଷ୍ଠ ସଦସ୍ୟ କାଜଲ କିନ୍ନର,ନୃତ୍ୟ ଗୁରୁ ରିଚା ମହାନ୍ତି ପ୍ରମୂଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସଂଗଠନର ଅଭିମୂଖ୍ୟକୁ ପ୍ରଶଂସା କରିଛନ୍ତି।ଶେଷରେ କିନ୍ନରମାନଙ୍କ ଦ୍ବାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଛି।ଆଜିର ସମାଜରେ କିନ୍ନରମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ମିଳିଥିଲେ ମଧ୍ୟ ଅଜିବି ସେମାନେ ଅବହେଳିତ।ଏହି ସଂଗଠନ କେବଳ କିନ୍ନର ନୁହେଁ ବରଂ ସବୁବର୍ଗର ଅବହେଳିତ ମାନଙ୍କୁ ମୂଖ୍ୟ ସ୍ରୋତରେ ସାମିଲ ପାଇଁ କାର୍ଯ୍ୟ କରିବ ବୋଲି ସଂଗଠନ ସଭାପତି ଶ୍ରାବଣୀ କିନ୍ନର କହିଛନ୍ତି।
କିନ୍ନର ମାନଙ୍କ ଦ୍ୱାରା ନବଜୀବନ ସଂଗଠନର ଶୁଭାରମ୍ଭ
|
February 10, 2020 |
