ନୂଆଦିଲ୍ଲୀ,୦୪/୦୨ସନ୍ଧାନ ନିଉଜ ) : ତେଲଙ୍ଗାନାର ଜଣେ ୪୭ ବର୍ଷୀୟା ମହିଳା ସ୍ଥାନୀୟ ବିଜେପି ନେତା ରଘୁନନ୍ଦନ ରାଓଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଏନେଇ ପୋଲିସ ମାମଲା ରୁଜୁ କରିଥିବା ବେଳେ ୨୦୦୭ରେ ବିଜେପି ନେତା ତାଙ୍କ ସହ ଦୁଷ୍କର୍ମ କରିଥିବା ସମ୍ପୃକ୍ତ ମହିଳା ଅଭିଯୋଗ କରିଛନ୍ତି।
ପୀଡ଼ିତାଙ୍କ ଅଭିଯୋଗ ହେଲା ୨୦୦୭ ମସିହାରେ ବିଜେପି ନେତା ତଥା ଓକିଲ ତାଙ୍କୁ ଅଫିସକୁ ଡ଼ାକି କଫି ପିଇବାକୁ ଅଫର୍ କରିଥିଲେ। ନିଶା ଦ୍ରବ୍ୟରେ ମିଶା ଯାଇଥିବା କଫି ପିଇବା ପରେ ସେ ବେହୋସ୍ ହୋଇଯାଇଥିଲେ। ଏହା ପୂର୍ବରୁ ମହିଳା ଜଣଙ୍କ ଯେତେବେଳେ ନିଶାରେ ଥିଲେ ଅଭିଯୁକ୍ତ ରଘୁନନ୍ଦନ ତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା କହିଛନ୍ତି। ସେ କହିଛନ୍ତି ରଘୁନନ୍ଦନଙ୍କୁ ୨୦୦୩ରୁ ଜାଣିଛନ୍ତି। ୨୦୦୩ରେ ରଘୁନନ୍ଦନ ରାଓଙ୍କ ପାଖରେ ମହିଳା ନିଜ ସ୍ଵାମୀଙ୍କ ବିରୁଦ୍ଧରେ ନିର୍ଯାତନା ମୋକଦମା ଦାୟର କରିବା ପାଇଁ ଆଇନର ସହାୟତା ନେବାକୁ ଯାଇଥିଲେ।



