ଫୋନରେ ପର୍ଣ୍ଣ ଭିଡିଓ ଦେଖିବାରେ ଭାରତ ନମ୍ୱରୱାନ !

Spread the love

ନୂଆଦିଲ୍ଲୀ: ସ୍ମାର୍ଟ ଫୋନରେ ପର୍ଣ୍ଣ ଭିଡିଓ ଦେଖିବାରେ ଭାରତ ନମ୍ୱରୱାନ। ଦେଶର ୮୯ ପ୍ରତିଶତ ଲୋକ ମୋବାଇଲରେ ଏହି ଭିଡିଓ ଦେଖିଛନ୍ତି। ପୂର୍ବବର୍ଷ ତୁଳନାରେ ଦର୍ଶକଙ୍କ ସଂଖ୍ୟା ବଢିଛି ବୋଲି କହିଛି ଆଡ଼ଲ୍ଟ ଏଣ୍ଟରଟେନମେଣ୍ଟ ସାଇଟ୍ ପର୍ଣ୍ଣହବର ରିପୋର୍ଟ।

ପର୍ଣ୍ଣ ହବର ବାର୍ଷିକ ରିପୋର୍ଟ ଅନୁଯାୟୀ ୨୦୧୩ରେ ସାରା ବିଶ୍ୱରେ ୪୦ ପ୍ରତିଶତ ଲୋକ ପର୍ଣ୍ଣ ଭିଡିଓ ମୋବାଇଲେ ଦେଖୁଥିଲେ। ଏହି ସମସ୍ତ ତଥ୍ୟ ସମସ୍ତ ପର୍ଣ୍ଣ ସାଇଟର ଟ୍ରାଫିକ ଅନୁଯାୟୀ ପ୍ରସ୍ତୁତ କରାଯାଇଛି। ସେହିପରି ୨୦୧୯ରେ ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ସମଗ୍ର ବିଶ୍ୱରେ ୪ ଜଣ ମୋବାଇଲ ଧରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୩ ଜଣ ଭିଡିଓ ପର୍ଣ୍ଣ ଦେଖୁଛନ୍ତି। ଡେସ୍କଟପ ଓ ଲାପଟପ ରହିଛି ଲୋକଙ୍କର ଦ୍ୱିତୀୟ ପସନ୍ଦ। ଆଣ୍ଡ୍ରୋଏଡ ମୋବାଇଲ ଫୋନରେ ୪୬.୬ ପ୍ରତିଶତ ପର୍ଣ୍ଣ ଭିଡିଓ ଦେଖିଥିବା ବେଳେ ୫୨.୮ ପ୍ରତିଶତ ଆଇଓଏସରେ ଦେଖୁଛନ୍ତି।

ଭାରତ ପର୍ଣ୍ଣ ଭିଡିଓ ଦେଖିବାରେ ଏକ ନମ୍ୱରରେ ରହିଛି। ୨୦୧୭ ତୁଳନାରେ ଏହି ଭିଡିଓ ଦର୍ଶକଙ୍କ ସଂଖ୍ୟା ୩ ପ୍ରତିଶତ ବଢିଛି। ୨୦୧୯ରେ ସାରା ବିଶ୍ଵରେ ପର୍ଣ୍ଣ ଭିଡିଓ ଦର୍ଶକଙ୍କ ସଂଖ୍ୟା ରହିଥିଲା ୭୭ ପ୍ରତିଶତ। ଯାହାକି ୨୦୧୮ ଠାରୁ ୧୦ ପ୍ରତିଶତ ଅଧିକ। ଭାରତ ପରେ ଆମେରିକାର ସ୍ଥାନ ଦ୍ୱିତୀୟ। ଆମେରିକାରେ ୮୧ ପ୍ରତିଶତ ଲୋକ ମୋବାଇଲରେ ପର୍ଣ୍ଣ ଦେଖୁଥିୁବା ବେଳେ ବ୍ରାଜିଲରେ ୭୯ ପ୍ରତିଶତ ଦେଖୁଛନ୍ତି। ଏହାପଛକୁ ରହିଛି ଜାପାନ। ଏ ଦେଶରେ ୭୦ ପ୍ରତିଶତ ଲୋକ ମୋବାଇଲରେ ପର୍ଣ୍ଣ ଭିଡିଓ ଦେଖିଥିବା ବେଳେ ୟୁକେରେ ଏହି ସଂଖ୍ୟା ରହିଛି ୭୪ ପ୍ରତିଶତ।

Related Posts

About The Author

Add Comment