ଭୁବନେଶ୍ୱର (ସନ୍ଧାନ ନିଉଜ/ ବିଶ୍ଵଜିତ ପରିଡ଼ା) :
ଆଞ୍ଚଳିକ ପାଣିପାଗ ତରଫରୁ ସୂଚନା ଜାରି ହୋଇଛି ଯେ, ରାଜ୍ୟର ୭ ଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଅଛି।
ମୟୂରଭଞ୍ଜ, ବାଲେଶ୍ଵର, କେନ୍ଦୁଝର, ଢେଙ୍କାନାଳ ଏବଂ ଯାଜପୁରରେ ଘଡ଼ଘଡ଼ି ଓ ପ୍ରବଳ ବର୍ଷ ହେବାର ସମ୍ଭାବନା ରହିଛି।
ସେହିପରି ଜଗତସିଂହପୁର ଓ କେନ୍ଦ୍ରାପଡ଼ାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି।
ଦିନ ୧୨:୧୫ ଟା ସୁଦ୍ଧା ଏହି ଅଞ୍ଚଳ ଗୁଡ଼ିକୁ ସତର୍କ ରହିବା ପାଇଁ କୁହା ଯାଇଛି।