ଧର୍ମଶାଳା ୨୬/୧୦ (ସନ୍ଧାନ ନିଉଜ) ଧର୍ମଶାଳା ବ୍ଲକ୍ର ପୂର୍ବତନ ଉପାଧ୍ୟ୍ୟକ୍ଷ ସୁବାଷ ଚନ୍ଦ୍ର ଜେନା ବିଜେପି ଛାଡି ଆଜି ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି ।ଜାରକା ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ଜେନା ବହୁକର୍ମୀଙ୍କ ଗ୍ରହଣରେ ଆସି ବିଧାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗଦେଇଥିଲେ । କଂଗ୍ରେସ ସମର୍ଥନରେ ଉପାଧ୍ୟକ୍ଷ ନିର୍ବାଚିତ ହୋଇଥିବା ସୁବାଷ ୨୦୧୬ ପଂଚାୟତ ନିର୍ବାଚନ ସମୟରେ ବିଜେପିରେ ଯୋଗଦେଇଥିଲେ । ମାତ୍ର ସେ ବିଜେପି ଛାଡି ପୁଣି ବିଜେଡିରେ ଯୋଗଦେବା ଘଟଣା ସ୍ଥାନୀୟ ଅଂଚଳରେ ଭିନ୍ନ ଏକ ଚର୍ଚ୍ଚା ସୃଷ୍ଟି କରିଛି । ସୁବାଷଙ୍କ ସମେତ ପ୍ରଶାନ୍ତ କୁମାର ଜେନା, ଭାଗବତ ଜେନା, ରାଜେନ୍ଦ୍ର କର, ରାମଚନ୍ଦ୍ର ପାଳ, ସୁଶାନ୍ତ ଜେନା ପ୍ରମୁଖ ଛାମୁଆ କର୍ମୀ ବିଜେଡିରେ ଯୋଗଦେଇଥିବା ଦଳ ପକ୍ଷରୁ ଏକ୍ ପ୍ରେସ୍ ବିବୃତିରେ କୁହାଯାଇଛି । ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗଦେଇ ନବାଗତ ମାନଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ବିଜେଡି ଜିଲ୍ଲା ସାଧାରଣ ସଂପାଦକ ଡ. ପ୍ରିୟନାଥ ମହାପାତ୍ର, ବିଜେଡି ନେତା ଶ୍ରୀନିବାସ ଜେନା, ନିର୍ବାଚନ ମଣ୍ଡଳୀ ସଭାପତି ଜଳଧର ସାହୁ, ପୂର୍ବତନ ଉପାଧ୍ୟକ୍ଷ ଜଳଧର ମହାନ୍ତି, ଦୁଃଶାସନ ସାହୁ, ମିଡିଆ ସେଲର ଅଧ୍ୟକ୍ଷ ସଂଗ୍ରାମ କେଶରୀ ଜେନା, ଯୁବନେତା ପ୍ରସନ୍ନ କୁମାର ରାଉତ, ଯୁବନେତା ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ବିଜେପି ଛାଡିଲେ ପୂର୍ବତନ ବ୍ଲକ୍ ଉପାଧ୍ୟ୍ୟକ୍ଷ
|
October 26, 2019 |



