୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟଙ୍କିରେ କାଟିଛି  ୧୦ ଦିନ

Spread the love

ରାଉରକେଲା,୩୧/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ) ରଖେ ହରି ତ ମାରେ କିଏ ?  ଏଇ ଉକ୍ତିର ସତ୍ୟତା ଦେଖିବାକୁ ମିଳିଛି ରାଉରକେଲା ବନ୍ଧମୁଣ୍ଡା  ଅଞ୍ଚଳର ପ୍ରୀତମ କିସପଟ୍ଟା ନାମକ ନାବାଳକ କ୍ଷେତ୍ରରେ । ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟଙ୍କିରେ ୧୧ ବର୍ଷର ପ୍ରୀତମ କାଟିଛି  ୧୦ ଦିନ ।

*ପ୍ରୀତମ କିସପଟ୍ଟା । ବୟସ  ମାତ୍ର ୧୧ । ଏବେ ସେ ନୂଆ ଜୀବନ ପାଇଛି ।  ପାଣି ଟାଙ୍କିରେ ୧୦ ଦିନ ବିତାଇଛି ଏଇ ନାବାଳକ । କେବଳ ପାଣି ପିଇ ଜୀଇଁଥିଲା ସେ । ରାଉରକେଲା ବନ୍ଧମୁଣ୍ଡା ଡୁମେରତା ଅଞ୍ଚଳରେ ମାଙ୍କ ସହ ରୁହନ୍ତି ପ୍ରୀତମ । ୧୮ ତାରିଖରେ ମା ଜଣେ ସଂପର୍କୀୟଙ୍କ ଘରକୁ ଗଲେ । ଆଉ ପ୍ରୀତମ  ପିଲା ସ୍ବଭାବ ଗୁଣରେ ପାରା ଧରିବା ପାଇଁ ଟାଙ୍କି ଉପରକୁ ଯାଇ ଫସିଗଲା । ପରଦିନ ମା ଫେରି ପ୍ରୀତମକୁ ଖୋଜାଖୋଜି କରି ନପାଇବାରୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।*

*ଗତ କାଲି ସକାଳୁ ପ୍ରୀତମଙ୍କୁ ଉଦ୍ଧାର କରାଯାଇଥିଲା ୫୦ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ଭିତରୁ ।  ଜଣେ ମହିଳା ଟାଙ୍କି ଭିତରୁ ଶଦ୍ଦ ଆସୁଥିବା ଶୁଣିବା ପରେ ଫିଲଟର ହାଉସରୁ ସୂଚନା ଦେଇଥିଲେ । ଏହାପରେ ରେଳବାଇ କର୍ମଚାରୀ ବି ଟାଙ୍କି ନିକଟକୁ ଆସିଥିବା ବେଳେ ଦେଖିଥିଲେ ଯେ କେହି ଜଣ ଫସିଛି । ସାଙ୍ଗେ ସାଙ୍ଗେ ପ୍ରୀତମକୁ ଉଦ୍ଧାର କରାଯାଇଥିଲା । ଟାଙ୍କିରୁ ବାହାରିବା ପରେ ପ୍ରୀତମର ସ୍ବାସ୍ଥ୍ୟ ବସ୍ଥା ଭଲ ଅଛନ୍ତି ।*

*ଭଗବାନ  ରଖିବାକୁ ଚାହିଁଲେ କେହି ମାରିପାରିବେନି । ଆଉ ପ୍ରୀତମ କ୍ଷେତ୍ରରେ ସେଇଆ ହିଁ ଘଟିଛି

Related Posts

About The Author

Add Comment