କୋଟିଏରୁ ଉର୍ଦ୍ଧ ଟଙ୍କା ଠକିନେଇଥିବା ଆନ୍ତରାଜ୍ୟ ଠକ ଗିରଫ

Spread the love

ଯାଜପୁର ୩୧/୫ (ସନ୍ଧାନ ନିୟୁଜ) ରାଜ୍ୟର ୧୦ଟି ଜିଲ୍ଲାରୁ ବ୍ୟକ୍ତିଗତ ଜାଗାରେ ବିଭିନ୍ନ କମ୍ପାନୀର ମୋବାଇଲ ଟାୱାର ବସାଇବା ଓ ସେଠାରେ ଜାଗା ମାଲିକକୁ ନିଯୁକ୍ତି ଦେବା ଆଳରେ କୋଟିରୁ ଉର୍ଦ୍ଧ ଟଙ୍କା ଠକିନେଇଥିବା ଆନ୍ତରାଜ୍ୟ ଠକକୁ ପାଣିକୋଇଲି ପୁଲିସ ଗିରଫ କରିବାକୁ ସକ୍ଷମ ହୋଇଛି । ଏନେଇ ଥାନାରେ ୨ଟି (୯୯/୧୯,୧୦୦/୧୯) ମାମଲା ରୁଜ୍ଜୁ ହେବା ସହ ଅଭିଯୁକ୍ତ ଜଗତସିଂହପୁର ଜିଲ୍ଲା ଯଶୋବନ୍ତପୁର ଗ୍ରାମର ହୃଦାନନ୍ଦ ରାୟଙ୍କ ପୁଅ ସ୍ନେହାଶିଷ ଓରଫ ପପୁ(୩୩) କୁ ଦଫା ୪୧୭, ୪୧୯, ୪୨୦, ୪୬୭, ୪୬୮, ୧୨୦(ବି) ଆଇପିସିରେ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ସ୍ନେହାଶିଷ ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଭଦ୍ରକ, ବାଲେଶ୍ୱର, କେନ୍ଦାପଡା, କେଉଁଝର, ପୁରୀ, ଖୋର୍ଦ୍ଧା, ନୟାଗଡ ଆଦି ୧୦ଟି ଜିଲ୍ଲାରେ ଅଫିସ ଖୋଲି ଠକେଇ କରିଛି । ଏଥି ସହିତ କୋରାଇ ଥାନାରେ ୧୧୫/୧୮, କୁଆଖିଆ ଥାନାରେ ୧୫୨/୧୯ ଓ ଯାଜପୁର ଥାନାରେ ୧୪୦/୧୮ରେ ମାମଲା ଥିବା ସୂଚନା ମିଳିଛି । ଆଜି ଥାନା ପରିସରରେ ଏସଡିପିଓ କେଦାରନାଥ ସାହୁ, ଥାନାଧିକାରୀ ଅଜୟ କୁମାର ଜେନା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ପାଣିକୋଇଲି ଶର୍ମା ପେଟ୍ରୋଲପମ୍ପ ସମ୍ମୁଖ ପଣ୍ଡ ବିଲିଡିଙ୍ଗରେ ଶ୍ରୀ ସାଇ ଟେଲି ସର୍ଭିସ(ଏସଏସ ଟେଲିସର୍ଭିସ ପ୍ରାଇଭେଟ ଲମିଟେଡ) ନାମକ ଏକ ସଂସ୍ଥା ୨୦୧୭ ମସିହାରୁ ଖୋଲି ୨୦୧୮ ଜୁନ ମାସ ପର୍ଯ୍ୟନ୍ତ ଅଫିସ ଖୋଲିଥିଲା । ସେଠାରେ ୨୦ରୁ ଉର୍ଦ୍ଧ ମହିଳା ଓ ପୁରୁଷ କର୍ମଚାରୀ ରଖି ବିଭିନ୍ନ ମୋବାଇଲ କମ୍ପାନୀର ଟାୱାର ବେସରକାରୀ ସ୍ଥାନରେ ବସାଇବାକୁ କହୁଥିଲା । ଏହି ପ୍ରଚାର ପାଇଁ ଏଜେଂଟ ମଧ୍ୟ ନିଯୁକ୍ତ କରିଥିଲା । ସେମାନେ ଖବର ଦେବା ପରେ ଲୋକମାନଙ୍କର ବିଶ୍ୱାସ ଭାଜନ ହେବା ସହ ସେମାନଙ୍କ ସହ ଏଗ୍ରିମେଟ କରିବା ପରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ୨୦ରୁ ୩୦ ହଜାର ଅଗ୍ରୀମ ଆଦାୟ କରୁଥିଲା । ଫଳରେ ସାଧାରଣ ଲୋକେ ବିଶ୍ୱାସକୁ ନେବା ପରେ ସେମାନଙ୍କ ଠାରୁ କୋଟିଏରୁ ଉର୍ଦ୍ଧ ଟଙ୍କା ଠକି ନେଇ ରାତାରାତି ଅଫିସ ଭାଙ୍ଗି ଫେରାର ହୋଇଯାଇଥିଲା । ଏନେଇ ଥାନାରେ ଜଣଇବାପରେ ପୁଲିସ ବହୁ କଷ୍ଟରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା । ପାଣିକୋଇଲି ପୁଲିସ ପୂର୍ବରୁ ଏଟିଏମ ଲୁଟୋରଙ୍କୁ ଧରିଥିବା ବେଳେ ପାଇଁ ଏହା ଆଉ ଏକ ସଫଳତା ବୋଲି କୁହାଯାଉଛି । ଏହି ଚଢାଉରେ ଥାନାଧିକାରୀ ଶ୍ରୀ ଜେନାଙ୍କ ସମେତ ଶୁସାନ୍ତ କୁମାର ଦାଶ ଓ ସୀତାରାମ ବେହେରା ସାମିଲ ହୋଇଥିଲେ ।

Related Posts

About The Author

Add Comment