ଯାଜପୁର,୫.୬(ସନ୍ଧାନ ନୁ୍ୟଜ/ମାନସ ରାଉତ): ବଡଚଣା ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ସିରିଣୀ ଭୋଗଖାଇ ୮୦ରୁ ଉର୍ଦ୍ଧ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଚିକିସôିତ ହୋଉଥିବା ଜଣାଯାଇଛି । ବଡଚଣା ବ୍ଲକ ଅନ୍ତର୍ଗତ ବୈରୀ ଥାନାର ସୋଲର ଗ୍ରାମରେ ସୋମବାର ଜନ୍ମଦିନ ସିରିଣୀ ଭୋଗଖାଇ ଗୁରୁତର ହୋଇପଡିଥିଲେ । ସୋମବାର ଗ୍ରାମର ସଚିଦାନନ୍ଦ ପ୍ରଧାନଙ୍କ ନାତିର ଜନ୍ମଦିନ ହୋଇଥିବାରୁ ଗ୍ରାମବାସୀଙ୍କୁ ସିରିଣୀ ଭୋଗବଣ୍ଟନ କରାଯାଇଥିଲା । ଗ୍ରାମବାସୀ ସିରିଣୀ ଖାଇବା ପରେ ଅସୁସ୍ଥ ଅନୁଭବ କରିଥିଲେ । ଧିରେଧିରେ ସମଗ୍ର ଗ୍ରାମରେ ଝାଡାବାନ୍ତି ବ୍ୟାପିଯିବାରୁ ସରପଞ୍ଚ ନିଳମଣୀ ରାଉତ,ସମିତିସଭ୍ୟ କ୍ଷେତ୍ରବାସୀ ବାରିକ,ସମାଜସେବୀ ସୁଧାଶୁଂ ରାଉତ ଓ ଗ୍ରାମର କିଛି ଯୁବକଙ୍କ ସହଯୋଗରେ ଅଟୋଯୋଗେ ବଡଚଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା ।
ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଲକ୍ଷ୍ୟକରି ବଡଚଣା ଡାକ୍ତରଖାନା ପକ୍ଷରୁ ସୋଲର ଅଙ୍ଗନୱାର୍ଡି କେନ୍ଦ୍ରରେ ଅସ୍ଥାୟୀ କ୍ୟାମ୍ପ ଖୋଲାଯାଇ ଆକ୍ରାନ୍ତଙ୍କୁ ଚିକିସôା କରାଯାଉଥିବା ଜଣାଯାଇଛି । ୮୦ରୁ ଉର୍ଦ୍ଧ ଆକ୍ରନ୍ତଙ୍କ ମଧ୍ୟରେ ୫ଜଣ ଶିଶୁଥିବା ଜଣାଯାଇଛି । ଗ୍ରାମର ନୃସିଂହ ପ୍ରହରାଜ(୬),ଜୟଦେବ ରାଉତ(୧୨),ସୁଚିସ୍ମିତା ପ୍ରହରାଜ(୫),ସବିତା ପ୍ରହରାଜ(୪୦),ନଟବର ରାଉତ(୬୫),ସୁମା ରାଉତ(୭୦),ଗୀତାଞ୍ଜଳୀ ସ୍ୱାଇଁ(୪୦),ପ୍ରମିଳା ପଲେଇ(୫୦),ଗଜେନ୍ଦ୍ର ପତି(୫୫),ଗୀତାଞ୍ଜଳୀ ବାଗ(୪୦),ମମତା ମହାପାତ୍ର(୪୩),ସୁକାନ୍ତି ସ୍ୱାଇଁ(୨୨),କଳ୍ପନା ନାୟକ(୪୩),ଶାନ୍ତିଲତା ବେହେରା(୬୦),ଦମୟନ୍ତି ରାଉତ(୪୨)ଙ୍କ ସମେତ ବହୁ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ଗର୍ଭବତୀଥିବା ଜଣେ ମହିଳାଙ୍କୁ କଟକ ବଡଡାକ୍ତରଖାନାକୁ ପଠାଯାଇଥିବା ବେଳେ ଅନ୍ୟମାନଙ୍କର ଅବସ୍ଥା ନିୟନ୍ତ୍ରଣାଧିନ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।