ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ଯୁକ୍ତ ୩ ପରୀକ୍ଷା ଆସନ୍ତା ୧୨ତାରିଖ ଯାଏ ବାତିଲ୍‌

Spread the love

ଭୁବନେଶ୍ୱର, ୭/୫ (ସନ୍ଧାନ ନିୟୁଜ) ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ଯୁକ୍ତ ୩ ପରୀକ୍ଷା ଆସନ୍ତା ୧୨ତାରିଖ ଯାଏ ବାତିଲ୍‌ କରାଯାଇଛି। ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଉତ୍କଳ ବିଶ୍ବବିଦ୍ୟାଳୟ ସ୍ଥିତି ଆଜି ପର୍ଯ୍ୟନ୍ତ ସ୍ବାଭାବିକ୍‌ ହୋଇପାରିନି। ବିଦ୍ୟୁତ୍‌ ସେବା ସମ୍ପୂର୍ଣ୍ଣ ଠପ୍‌ ହୋଇଛି। କ୍ୟାମ୍ପସରେ ଭାଙ୍ଗିପଡ଼ିଥିବା ଗଛଗୁଡ଼ିକ କଟା ସରିନି। ଯେଉଁଥିପାଇଁ ଗତକାଲି ବିଭିନ୍ନ ପିଜି ବିଭାଗର ସେମିଷ୍ଟର ପରୀକ୍ଷା ମେ’ ୭ରୁ ୧୨ ତାରିଖ ପର୍ଯ୍ୟନ୍ତ ବାତିଲ୍‌ କରାଯାଇଥିଲା। ତେବେ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ଯୁକ୍ତ୩ କଲେଜରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷା ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବାରୁ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ପଡ଼ିଥିଲେ। ପରୀକ୍ଷା ହେବ କି ନାହିଁ ଜାଣିବାକୁ ଚାହିଁଥି‌ଲେ। ଯୋଗଯୋଗ ସମ୍ଭବ ‌ନ ହେବାରୁ ଚିନ୍ତାରେ ପଡ଼ିଥିଲେ। ଏନେଇ ଖବର ପ୍ରକାଶ ପାଇବା ପରେ ଆଜି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ସମସ୍ତ ଯୁକ୍ତ୩ ପରୀକ୍ଷାକୁ ବାତିଲ୍‌ କରିଛନ୍ତି।

୧୪କୁ ଘୁଞ୍ଚିଲା ରେଭେନ୍ସା‌ରେ ହେବାକୁ ଥିବା ପରୀକ୍ଷା କୁ ବାତ୍ୟା ‘ଫନି’ ପାଇଁ ରେଭେନ୍ସା ବିଶ୍ବବିଦ୍ୟାଳୟ ସ୍ନାତକ ଓ ସ୍ନାତକୋତ୍ତର ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୧୪ ତାରିଖରୁ ସ୍ନାତକର ଷଷ୍ଠ ଓ ସ୍ନାତକୋତ୍ତରର ଚତୁର୍ଥ ସେମିଷ୍ଟାର ପରୀକ୍ଷା କରାଯିବ। ଅନ୍ୟ ସମସ୍ତ ପରୀକ୍ଷା ଯଥା ସ୍ନାତକ ଦ୍ବିତୀୟ, ଚତୁର୍ଥ ଓ ସ୍ନାତକୋତ୍ତର ଦ୍ବିତୀୟ ସେମିଷ୍ଟାର ପରୀକ୍ଷା ଆସନ୍ତା ଜୁନ ୨୫ ତାରିଖରୁ ଆରମ୍ଭ ହେବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଫନି ବାତ୍ୟା ଯୋଗୁଁ ସମସ୍ତ ପରୀକ୍ଷାକୁ ବାତିଲି କରିଦିଆଯାଇଛି। ଆସନ୍ତା ୧୪ ତାରିଖରୁ ସ୍ନାତକୋତ୍ତରର ଚତୁର୍ଥ ସେମିଷ୍ଟାରର ରେଗୁଲାର ଓ ବ୍ୟାକ୍‌ ପେପର ପରୀକ୍ଷା ଆରମ୍ଭ ହୋଇ ୨୨ ତାରିଖରେ ଶେଷ ହେବ। ସେହିପରି ସ୍ନାତକ ଷଷ୍ଠ ସେମିଷ୍ଟାର ରେଗୁଲାର ଓ ବ୍ୟାକ୍‌ ପରୀକ୍ଷା ୧୪ରୁ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବ ବୋଲି ଆଜି ଏକ ବିଜ୍ଞପ୍ତି ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରକାଶ ପାଇଛି। ସମସ୍ତ ପରୀକ୍ଷା ସକାଳ ୮ରୁ ପୂର୍ବାହ୍ନ ୧୧ଟା ମଧ୍ୟରେ କରାଯିବ। ସେହିପିର ଖରାଛୁଟି ପରେ ଆସନ୍ତା ଜୁନ୍‌ ୨୫ ତାରିଖରୁ ସ୍ନାତକର ଦ୍ବିତୀୟ, ଚତୁର୍ଥ ଓ ସ୍ନାତକୋତ୍ତର ଦ୍ବିତୀୟ ସେମିଷ୍ଟାର ପରୀକ୍ଷା ଆରମ୍ଭ କରାଯିବ। ‘ଫନି’ ବାତ୍ୟା ଯୋଗୁଁ ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୧୪ରୁ ସ୍ନାତକର ଷଷ୍ଠ ଓ ସ୍ନାତକୋତ୍ତର ଚତୁର୍ଥର ରେଗୁଲାର ଓ ବ୍ୟାକ୍‌ ପେପର ପରୀକ୍ଷା କରାଯିବ ବୋଲି ବିଶ୍ବବିଦ୍ୟାଳୟ ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ତ୍ରିଲୋଚନ ମିଶ୍ର ସୂଚନା ଦେଇଛନ୍ତି।

Related Posts

About The Author

Add Comment