Spread the love
  •  
  •  
  •  
  •  
  •  

                                ମୁଁ ଏକ ଅତିଥି

ସ୍ଥାବର ଜଙ୍ଗମ କୀଟରୁ ପତଙ୍ଗ
ଚାହିଁ ଦେଲେ ଅନୁସରି
ସକଳ ଘଟରେ ପୂରି ସମାନରେ
ନୋହେ ସାନ ବଡ଼ କରି ||୧||

ଭାବକୁ ନିକଟ ଅଭାବେ ଅଭେଟ
ଭକ୍ତ ଭାବେ ପରବଶ
ଏ ମୋର ଗୁହାରି ନ ଶୁଣ କି କରି
ଧରିଅଛି କେଉଁ ରୋଷ ||୨||

ବଚନକୁ ଏଡି ଭକତିକୁ ଛାଡି
ଅନ୍ୟରେ କି ବଢି ଗଲି
ପ୍ରଭୁଶ୍ରୀ ଛାମୁରେ ସେବିକା ପୟରେ
କି କି ଅପରାଧ କଲି ।।୩।।

ନ ଶୁଣିଲା ପରି ହେଉଅଛି ହରି
ଦେଉଅଛି ଦଣ୍ଡ ସଜା
ପାଖରୁ ଅନ୍ତର କରି ନିରନ୍ତର
ଦୟାରେ ହେଉଛି ଦୂଜା ||୪||

ଚିରକାଳ ରଙ୍କ ଆଶା ମୋ ଅନେକ
ଜନ୍ମ ଜନ୍ମାନ୍ତରୁ ଦୁଃଖୀ
ପ୍ରାପତ ନିକି ସକଳ ସିଦ୍ଧିକି
ଅପ୍ରସ୍ତୁତ ଯୁଗ ଦେଖି ||୫||

ଖାଇବାକୁ ଅନୁ ପିନ୍ଧିବାକୁ ବସ୍ତ୍ର
ସୁସ୍ଥ ନ ମିଳୁଛି କିଛି
ଅଧମ ଜୀବକୁ ହୀନ ପାମରକୁ
କେତେ ଦିନେ ଦୟାଅଛି ||୬||

ଗମିବି କି ଯୋଗେ ଭଜିବି କି ମାର୍ଗ
ସଗବୁଦ୍ଧି ଜ୍ଞାନ ନାହିଁ
ନୋହେ ସାଧୁସନ୍ଥ ନୁହଇ ପଣ୍ଡିତ
ପ୍ରକୃତ ଅତିଥି ମୁହିଁ ||୭||

ମହାପ୍ରଭୁ ହୋଇ କର୍ତ୍ତାପଦ ବହି
ସକଳ ହେଉଛି ବୃଥା
ପିଣ୍ଡ ଦେଇ ପ୍ରଭୁ ମଣ୍ଡ ନ ଦେଉଛି।
ଏ ପୁଣି କେବଣ କଥା ||୮||

ଭକତ ଜୀବନ ଦରିଦ୍ରଙ୍କ ଧନ
ଅନାଦିତ କୃପାସିନ୍ଧୁ
ଆପେ ସାହା ବାହା କରିବାକୁ ଆହା
ପ୍ରଭୁ ମୋର ବର୍ଗ ବନ୍ଧୁ ||୯||

ଯେହ୍ନେ ଜଳଧାର ସେହି ପରକାର
ଯନ୍ତ୍ରରେ ସୂତ୍ରକୁ ଧରି
ଚିଆଇଁ ଚୈତନ୍ୟ ଜୀବ ପରମକୁ
ଭେଟା ଭେଟି କର ହରି ||୧୦||

ସତ୍ୟ ତ୍ରେତୟା ଦ୍ବାପର ଆଦି କଳି
ଚାରିଯୁଗକୁ ଯେ ଧରି
ଭାରା ହରୁ ପୃଥୀ ଆଦି କର୍ମ ରୀତି
କ୍ଷୀର ନୀର ପ୍ରୀତି ପରି ||୧୧||

ନ ପଞ୍ଚନ୍ତେ ଫଳ ଉପୁଜୁଛି ଖଳ
ବାର ବସି ହାଟ
ଯେହ୍ନେ ଜଳେ ମୀନ ଧାବିରିରେ ପୁଣ
ବିନା ଦୋଷେ ହୁଏ ନଷ୍ଟ ||୧୨||

ଚିନ୍ତା ଅର୍ଥ ନେଇ ପାଦତଳେ ଥୋଇ
କରିଛି ବହୁତ ଆଶ
ପିତା ଥାଉଁ ପୁତ୍ର ସଭାମଣ୍ଡି ଥିଲେ
ଜଗତେ ବୋଲିବେ କିସ୍। ||୧୩||

ସଂସାର ଆଚାରେ ମନର ବିଚାରେ
ମାୟାକୁ ଆବୋରି ଦେଖୁ
କିମ୍ପା ହନ୍ତସନ୍ତ ହେବି ଶ୍ରମ ପଥ
କର୍ମେ ଯେବେ ନାହିଁ ଲେଖି ||୧୪||

ଲାଭ ହାନି ବେନି ପ୍ରକାରେ ଲିହିଛି
ସବୁକାଳେ ନୁହେଁଚିର
ଯେସନେ ବାଳକେ ଶିଷ୍ୟଙ୍କ ମେଳକେ
ନିମିଷକ ଖେଳଘର ||୧୫||

Related Posts

About The Author

Add Comment