ପହିଲି ରଜରେ କନ୍ୟାମାନଙ୍କୁ ପୋଷାକ ବଣ୍ଟନ

Spread the love

କଟକ, ୧୪/୦୬, (ସନ୍ଧାନ ନ୍ୟୁଜ୍) ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଲବଙ୍ଗଲତା କୃଷ୍ଣଚନ୍ଦ୍ର ସ୍ୱାଇଁ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଯଶୋଦା ଭବନରେ ଛୋଟରୁ ବଡ଼ ପର୍ଯ୍ୟନ୍ତ ଆଶ୍ରୟ ନେଉଥିବା ଝିଅମାନଙ୍କୁ ରଜ ଉପହାର ସ୍ୱରୂପ ନିଜ ପସନ୍ଦର ପୋଷାକ ଟ୍ରଷ୍ଟର ମୁଖ୍ୟ ସଭାନେତ୍ରୀ ପ୍ରଫେସର ଶ୍ରୀମତୀ ଲବଙ୍ଗଲତା ବିଶୋଇ ନିଜେ ବାଣ୍ଟିବା ସହିତ ପିଲାମାନଙ୍କୁ ପହିଲି ରଜର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ସଭାନେତ୍ରୀ ପ୍ରଫେସର ଡକ୍ଟର ଲବଙ୍ଗଲତା ବିଶୋଇଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯଶୋଦା ଭବନର ମୁଖ୍ୟ ପରିଚାଳକ, ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁ, ବିଭୂଦତ୍ତ ଖଣ୍ଡାୟତରାୟ, ରାକେଶ କୁମାର ଶତପଥି , ସନ୍ତୋଷ କୁମାର ପାଲ ଓ ରଞ୍ଜନ କୁମାର ସାହୁ ପ୍ରମୁଖ ସହଯୋଗ କରି ପହିଲି ରଜ ଉତ୍ସବକୁ ଓଡ଼ିଆ ପରମ୍ପରାର ମହତ୍ୱକୁ ବଜାୟ ରଖିବାରେ ବିଶେଷ ସହଯୋଗ କରିଥିଲେ ।

Related Posts

About The Author

Add Comment