ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କୁ ନେଇ ସଚେତନତା ସଭା

Spread the love
ବାଲିଗୁଡା, : ୧୨/୬/୨୬ (ସନ୍ଧାନ ନ୍ୟୁଜ )  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ‘ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ’ (SIR 2026) ସମ୍ପର୍କରେ ଏକ ସଚେତନତା ସଭା ସ୍ଥାନୀୟ ବସଷ୍ଟାଣ୍ଡ ନିକଟସ୍ଥ ୱାଚ ଟାୱାର ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉପ-ଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧିକାରୀ  ଶ୍ରୀମତୀ ପ୍ରଣିତା ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନବାସୀ ଛାତ୍ରଛାତ୍ରୀ ମାନେ ତିନୋଟି ସୁନ୍ଦର ଗଣନୃତ୍ୟ ପରିବେଷଣ କରି SIR 2026 ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ବିଡିଓ ଅକ୍ଷୟ କୁମାର ମଲ୍ଲିକ, ସହକାରୀ ଜିଲ୍ଲାପାଳ  ରୂପକ କୁଜୁର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶିବ ଶଙ୍କର ସମରଥ ଏବଂ  ତୀର୍ଥବାସୀ ଘଡ଼େଇ ପ୍ରମୁଖ ଯୋଗ ଦେଇଥିଲେ l ତୀର୍ଥବାସୀ ଘଡ଼େଇ ଏବଂ ବିଡିଓ ଅକ୍ଷୟ କୁମାର ମଲ୍ଲିକ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ (SIR) କ’ଣ, ଏହାର ପ୍ରକ୍ରିୟା ଏବଂ ଏହା କାହିଁକି ଜରୁରୀ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ ବାଲିଗୁଡ଼ାର ସମସ୍ତ ନାଗରିକଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଉତ୍ସାହିତ କରିଥିଲେ।

Related Posts

About The Author

Add Comment