ଭୁବନେଶ୍ୱର, ୧୭/୧୦/୨୦୨୦ (ସନ୍ଧାନ ନିଉଜ): IPLର 32 ତମ ମ୍ୟାଚରେ କୋଲକାତା ନାଇଟ ରାଇଡ଼ର୍ସକୁ 8 wicket ରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଙ୍ଗ କରି କୋଲକାତା ନାଇଟ ରାଇଡ଼ର୍ସ ନିର୍ଧାରିତ 20 ଓଭରରେ 5 wicket ହରାଇ 148 ରନ ସ୍କୋର କରିଥିଲା । ଦଳ ପକ୍ଷରୁ ପ୍ୟାଟ କମିନ୍ସ ସର୍ବାଧିକ 53 ରନ ସ୍କୋର କରିଥିଲେ । 149 ରନର ବିଜୟ ଲକ୍ଷ୍ୟକୁ ମୁମ୍ବାଇ 19 ଟି ବଲ ବାକିଥାଇ ହାସଲ କରିନେଇଥିଲା । ଏହି ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ପହଁଚିଲା ମୁମ୍ବାଇ ଇଣ୍ଡିଆନ୍ସ ।
2020 IPL: , କୋଲକାତା ନାଇଟ ରାଇଡ଼ର୍ସକୁ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ
|
October 17, 2020 |