2 ଗୋଷ୍ଠୀ ମଝିରେ ସଂଘର୍ଷ ଦୁଇ ଗୁରୁତର

Spread the love
  •  
  •  
  •  
  •  
  •  

ବଲାଙ୍ଗୀର, 17.01.2021(ସନ୍ଧାନ ନିଉଜ୍) :-  ବଲାଙ୍ଗୀର ହାତିଶାଲପଡ଼ାରେ ଗୋଷ୍ଠୀ ସଂଘର୍ଷ । ଯୁବକଙ୍କୁ ୧୦ରୁ ୧୫ ଜଣ ଆସି ହଠାତ୍‌ ଆକ୍ରମଣ କରିଥିଲେ । ଯାହାଫଳରେ କି ୨ଯୁବକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ଖବର ଅନୁଯାୟୀ, ହାତିଶାଲପଡ଼ାରେ କିଛି ଯୁବକ ଛିଡ଼ାହୋଇଥିଲା । ହଠାତ୍‌ ୧୦ରୁ ୧୫ଜଣ ଯୁବକ ଆସି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ତେବେ ଘଟଣାସ୍ଥଳରେ ଅନ୍ୟ କିଛି ଯୁବକ ପାଟି କରିବାରୁ ସେଠାରୁ ଆକ୍ରମଣ କରିଥିବା ବ୍ୟକ୍ତିମାନେ ଫେରାର ହୋଇଯାଇଥିଲେ । ତେବେ ଆକ୍ରମଣ କରାଯାଇଥିବା ୨ ଯୁବକଙ୍କ ଅବସ୍ଥା ଗୁରୁତର ହୋଇଛି । ସେଠାରୁ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଆହତ ହୋଇଥିବା ଯୁବକଙ୍କ ନାମ ବିଶାଳ ଶର୍ମା ଓ ନୀଳ କୁମ୍ଭାର ବୋଲି ଜଣାପଡିଛି । ଜଣେ ଯୁବକଙ୍କ ହାତ ଛିଣ୍ଡି ପଡିଥିବା ମଧ୍ୟ ସୂଚନା ମିଳିଛି । ସେହିପରି ଆହତ ନୀଳଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତରିତ କରାଯାଇଥିବା ବେଳେ ବିଶାଳ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କାରାଯାଇଛି। ଏନେଇ ବଲାଙ୍ଗୀର  ଟାଉନ ଥାନାରେ ଆହତଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଛି।

Related Posts

About The Author

Add Comment