**୮୦ତମ ସ୍ବାଧୀନତା ଦିବସ ପାଳନ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି: ଆୟୋଜିତ ହେବ ସାଂସ୍କୃତିକ ଚୟନ ଶିବିର ଓ ଜିଲ୍ଲା ସ୍ତରୀୟ ଓପନ କୁଇଜ୍**

Spread the love
ଯାଜପୁର |: ୧୦/୮/୨୬ (ସନ୍ଧାନ ନ୍ୟୁଜ ଆସନ୍ତା ୮୦ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ-୨୦୨୬ କୁ ଯାଜପୁର ଜିଲ୍ଲା ପ୍ରଶାସନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଓ  ଜିଲ୍ଲା   ସଂସ୍କୃତି ବିଭାଗଙ୍କ ମିଳିତ ଆନୁକୂଲ୍ୟରେ ଅତ୍ୟନ୍ତ ଆଡ଼ମ୍ବର, ଜାତୀୟତାବୋଧ ଓ ଉତ୍ସାହର ସହିତ ପାଳନ କରିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଜାତୀୟ ପର୍ବ ଅବସରରେ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମ, ବୌଦ୍ଧିକ ବିକାଶ ଏବଂ ସୃଜନଶୀଳ ପ୍ରତିଭାର ବିକାଶ ଲକ୍ଷ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଛାତ୍ରଛାତ୍ରୀମାନଙ୍କ ସାଧାରଣ ଜ୍ଞାନ ଓ ଭାରତୀୟ ସ୍ବାଧୀନତା ସଂଗ୍ରାମର ଗୌରବମୟ ଇତିହାସ, ଜାତୀୟ ପ୍ରତୀକ ଏବଂ ଓଡ଼ିଶାର ସଂସ୍କୃତି ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ଆସନ୍ତା ୦୯.୦୮.୨୦୨୬ (ରବିବାର) ପୂର୍ବାହ୍ନ ୧୦:୦୦ ଘଟିକା ସମୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଏକ ଜିଲ୍ଲା ସ୍ତରୀୟ ଓପନ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ କୃତୀ ପ୍ରତିଯୋଗୀମାନଙ୍କୁ ତତକ୍ଷଣାତ୍  ଆକର୍ଷଣୀୟ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯିବ। ଏହା ବ୍ୟତୀତ, ଆସନ୍ତା ୧୫ ଅଗଷ୍ଟ ୨୦୨୬ ରିଖରେ ପ୍ରଶାସନିକ ଭବନ ପଡ଼ିଆଠାରେ ଆୟୋଜିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନିମନ୍ତେ ଜିଲ୍ଲାର ସର୍ବୋତ୍ତମ ୦୪ ଗୋଟି ସାଂସ୍କୃତିକ ଦଳଙ୍କୁ ଚୟନ କରାଯିବ। ଏହି ଚୟନ ଶିବିର (Audition) ଆସନ୍ତା ୧୦.୦୮.୨୦୨୬ (ସୋମବାର) ପୂର୍ବାହ୍ନ ୧୦:୦୦ ଘଟିକାରେ ଗୌତମ ବୁଦ୍ଧ ସଂସ୍କୃତି ଭବନ, ଯାଜପୁରଠାରେ ଅନୁଷ୍ଠିତ ହେବ, ଯେଉଁଥିରେ ଦେଶପ୍ରେମମୂଳକ ଆଧୁନିକ ନୃତ୍ୟ, ପାରମ୍ପରିକ ଲୋକନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ କିମ୍ବା ମଞ୍ଚୋପଯୋଗୀ ଅନ୍ୟାନ୍ୟ ପରିବେଷଣ କଳାକୁ ଗୁରୁତ୍ବ ଦିଆଯିବ। ସଫଳ ହୋଇଥିବା ୦୪ ଗୋଟି ଶ୍ରେଷ୍ଠ ଦଳଙ୍କୁ ମଧ୍ୟ ମୁଖ୍ୟ ସମାରୋହରେ ପୁରସ୍କୃତ ଓ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନଗୁଡ଼ିକରୁ ସର୍ବୋତ୍ତମ ସାଂସ୍କୃତିକ ଦଳ ଓ କୁଇଜ୍ ପ୍ରତିଯୋଗୀମାନଙ୍କୁ ପଠାଇବା ପାଇଁ ଅନୁରୋଧ କରାଯାଇଛି। ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଓ ଶୃଙ୍ଖଳା ନିମନ୍ତେ ଜଣେ ମାର୍ଗଦର୍ଶକ ଶିକ୍ଷକ/ଶିକ୍ଷୟିତ୍ରୀ (Guide Teacher) ଙ୍କୁ ଦାୟିତ୍ବ ଦେଇ ନିର୍ଦ୍ଧାରିତ ସମୟର ୩୦ ମିନିଟ୍ ପୂର୍ବରୁ ପହଞ୍ଚାଇବା ସହ ସାଂସ୍କୃତିକ ଦଳଗୁଡ଼ିକ ନିଜର ନୃତ୍ୟ ପୋଷାକ ଏବଂ ଅଡିଓ ଟ୍ରାକ୍ (Pen Drive) ନିଜ ସାଙ୍ଗରେ ଆଣିବା ବାଧ୍ୟତାମୂଳକ କରାଯାଇଛି। ଜିଲ୍ଲାର ଏହି ମହାନ୍ ଜାତୀୟ ପର୍ବକୁ ସଫଳ, ରଙ୍ଗାରଙ୍ଗ ଓ ଗୌରବମୟ କରିବା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନର ସକ୍ରିୟ ସହଯୋଗ ଓ ବ୍ୟାପକ ଅଂଶଗ୍ରହଣ ଏକାନ୍ତ କାମ୍ୟ ବୋଲି ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି।

Related Posts

About The Author

Add Comment