ଯାଜପୁର ସଦର, : ୨୯/୪/୨୬ (ସନ୍ଧାନ ନ୍ୟୁଜ ) ହିନ୍ଦୁ ସମାଜ ତରଫରୁ ଆଜି ସାରା ଓଡିଶାରେ ପ୍ରତେକ ତହସିଲ କାର୍ଯ୍ୟାଳୟରେ ଗୋ-ସଂମ୍ମାନ ପାଇଁ ଦାବି ପତ୍ର ପ୍ରଦାନ କାରାଯାଉଥିବାବେଳେ ଦଶରଥପୁର ବ୍ଲକ ହିନ୍ଦୁ ସମାଜ ତରଫରୁ ଆଜି ଦଶରଥପୁର ତହସିଲଦାର ଶୁଭ୍ରାଂଶୁ ଶେଖର ସାହୁଙ୍କୁ ଗୋ-ସମ୍ମାନ ପାଇଁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଦଶରଥପୁର ହିନ୍ଦୁ ସମାଜର କର୍ମକର୍ତ୍ତା ମାନେ କାଟିଆ ଛକ ଠାରୁ ଏକ ମଟର ସାଇକେଲ ଶୋଭାଯାତ୍ରାରେ ତହସିଲ ଅଫିସ ପର୍ଯ୍ୟନ୍ତ ଆସି ଦଶରଥପୁର ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।ଗୋ ହତ୍ୟା ସମ୍ପୂର୍ଣ ବନ୍ଦ,ପ୍ରତେକ ପଞ୍ଚାୟତରେ ଗୋଶାଳା ନିର୍ମାଣ,ଗୋ ଚାଲାଣ କାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଆଇନ ପ୍ରଣୟନ ଭଳି ବିଭିନ୍ନ ଦାବି ରହିଥିବାବେଳେ ଉକ୍ତ କାର୍ଯ୍ୟକ୍ରମରେ ମୃତ୍ୟୁଞ୍ଜୟ ମିଶ୍ର,ପ୍ରଭୁ ଦେବ ପଣ୍ଡା,ଲୋକନାଥ ଦାସ,ରାମକୃଷ୍ଣ ଦାସ,ଦେବାଶିଷ ଦେବ,ଦୀପକ ଗୋଛାୟତ,ରାଜା ଗେଡି,କୈଳାଶ ବାରିକ,ସନ୍ତୋଷ ପଣ୍ଡା,ବିଗ୍ନେଶ୍ୱର ବେହେରା,ପ୍ରିୟବ୍ରତ ନାୟକ,ନିଖିଳ ନାୟକ,ତାରକା ଜେନା,ଗଙ୍ଗାଧରା ସାହୁ,ସମୀର କୁଆଁର,ସନ୍ତୋଷ ସାମଲ,ନରେନ୍ଦ୍ର ଜେନା,ଦିଗାମ୍ବର ବେହେରା,ଜୟଦେବ ଜେନା,ମୋନଜ ଦାସ,ତାପସ ଜେନା, ଜୀବନ ମଲ୍ଲିକ,ଆଶୁତୋଷ ନାୟକପ୍ରମୁଖ ଶତାଧିକ ହିନ୍ଦୁ କର୍ମକର୍ତ୍ତା ସାମିଲ ହୋଇଥିଲେ।



