ହାତୀ ଉପଦ୍ରବ, ଲୋକେ ଆତଙ୍କିତ

Spread the love
  •  
  •  
  •  
  •  
  •  

ରାଉରକେଲା, ୧୭/୦୯/୨୦ (ସନ୍ଧାନ ନିଉଜ) : ହାତୀ ଉପଦ୍ରବ ଗ୍ରାମବାସୀଙ୍କ ନିଦ ହଜାଇ ଦେଇଛି । ପ୍ରାୟ ୧୮ଟି ହାତୀ ଲାଠିକଟା ବ୍ଲକ ଅନ୍ତର୍ଗତ ଡେଲାକୁଦର, ମୁଣ୍ଡାଜୋର ଅଂଚଳରେ ଉପଦ୍ରବ ଜାରି ରଖିଛନ୍ତି । ଏହି ହାତୀପଲରେ ୫ଟି ଛୁଆ ହାତୀ ରହିଛନ୍ତି । ଡେଲାକୁଦର ବଜାର ଆଡକୁ ହାତୀପଲ ଆଗେଇ ଆସିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ହାତୀପଲ ମୁଣ୍ଡାଯୋର ନିବାସୀ ସାମେଲ ମୁଣ୍ଡାଙ୍କ ଧାନ କ୍ଷେତରେ ପଶି ଫସଲକୁ ଦଳିଚକଟି ନଷ୍ଟ କରି ଦେଇଥିଲେ । ସେହିପରି ସୋନାପର୍ବତର ଖାରୁଆଟୋଲିର ଦେଓମାଇନ ସିଂଙ୍କ ଶାଗ ଓ ମକା ଫସଲ ପୂର୍ବରୁ ହାତୀପଲଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପ୍ରକାଶ । ଗ୍ରାମବାସୀ ମାନେ ରାତିରେ ଲାଇଟ ପକାଇ ହାତୀପଲକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ବନବିଭାଗ କର୍ମଚାରୀ ହାତୀପଲ ଗ୍ରାମରେ ପଶିବା ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲେ । ବାରମ୍ବାର ହାତୀପଲ ଜଙ୍ଗଲରୁ ଗ୍ରାମ ମଧ୍ୟକୁ ପଶି ଆସି ଫସଲ ନଷ୍ଟ କରିବା ସହ ଗ୍ରାମବାସୀଙ୍କ ଘର ଭାଙ୍ଗିବା, ଧାନ, ଚାଉଳ ଖାଇଦେଉ ଥିବାରୁ ଏଥିପ୍ରତି ବନବିଭାଗ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।

Related Posts

About The Author

Add Comment