ସୁନ୍ଦରଗଡ ତା:୨୪/୪/୨୦୨୬( ସନ୍ଧାନ ନ୍ୟୁଜ) ସବଡେଗା ରାସ୍ତା କଡ଼ରେ ଲାଗିଛି ସୋଲାର ଲାଇଟ୍ ହେଲେ ଲାଗିବା ଦିନ ଠାରୁ ଅକାମୀ ହୋଇ ପଡ଼ିଛି ସବଡେଗା ଗ୍ରାମରେ ଯାଇଥିବା ରାଜ୍ୟ ରାଜପଥ ୨୪ ଉପରେ ଗ୍ରାମ ଆରମ୍ଭରୁ ଲାଗିଛି ସୋଲାର ଲାଇଟ୍ ।ହେଲେ ସୂଚନା ଅନୁସାରେ ପଞ୍ଚାୟତ ତଥା ବ୍ଲକ କତୃପକ୍ଷ ଦୃଷ୍ଟି ଗୋଚରରେ ନାହିଁ । ବାହାର ଠିକାଦାର କାମ କରି ଟଙ୍କା ଲୁଟି ନେଇଥିବା ଅଞ୍ଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ସହିତ ଅନେକ ଲାଇଟ୍ ଲଗାଯିବା ଦିନ ଠାରୁ ଜଳୁ ନ ଥିବା ଅଞ୍ଚଳବାସୀ ପ୍ରକାଶ କରୁଥିବା ଜଣାପଡିଛି । ଟଙ୍କା କାହାର, ସୁବିଧା କାହାର ଓ ଲାଭ କାହାର ଏହା ଏକ ବଡ ପ୍ରଶ୍ନ ? ତାଦାରକ୍ କରିବାର କିଛି ଉପାୟ ନ ଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଜଣାପଡିଛି । ତା ସହିତ ତଳସରା ବସଷ୍ଟାଣ୍ଡ ରେ ବିଗତ ପାଞ୍ଚ ବର୍ଷ ହେବ ଷ୍ଟେଟ ଲାଇଟ ଲାଗିଛି ହେଲେ ତାହା ଏବେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରି ନ ଥିବା ବେଳେ ଗ୍ରାମବାସୀଙ୍କ ଉଦ୍ୟମରେ ଲାଇଟ୍ ସଂଯୋଗ କରାଯାଇଥିଲା ହେଲେ ତାହା ମଧ୍ୟ ତିନି ବର୍ଷ ରୁ ଉର୍ଦ୍ଧ ହେବ ଖରାପ ହୋଇ ପଡ଼ିଛି । ବାରମ୍ବାର ମରାମତି ପାଇଁ ଅବଗତକରାଗଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ବାଲିସଙ୍କରା ବ୍ଲକ ରେ ଜନ ଶୁଣାଣି ଅବସରରେ ତଳସରା ସରପଞ୍ଚ ତ୍ରିଲୋଚନ ପ୍ରଧାନ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ।ଏହାର ଉଚିତ୍ ସମୟରେ ମରାମତି କରିବାକୁ ଜିଲ୍ଲା ବିଭାଗିୟ ଅଧିକାରୀଙ୍କୁ ଦାବି କରିଥିବା ଜଣାପଡିଛି । ଅନେକ ସମୟ ଧରି ଜିଲ୍ଲା ଡି.ଆର.ଡି.ଏ ପକ୍ଷରୁ ଖାମଖିଆଲି ମନୋଭାବ ଏକ ଅନ୍ୟ ଦିଗକୁ ଇଙ୍ଗିତ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।ଏଥିରେ ଜିଲ୍ଲା ଅଧିକାରୀଙ୍କୁ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି ।
ସୋଲାର ଷ୍ଟେଟ ଲାଇଟ ନା ରେ ସୁନ୍ଦରଗଡ ଡି.ଆର.ଡି.ଏ ବିଭାଗର ଲକ୍ଷ ଲକ୍ଷ ଟଙ୍କା ଲୁଟ
|
April 24, 2026 |



