ସୋଲାର ବୋରୱେଲ ଅଚଳ, ପ୍ରାୟ ୪୦ଟି ପରିବାର ଗୁରୁତର ପାନୀୟ ଜଳ ସଙ୍କଟର ସମ୍ମୁଖୀନ

Spread the love

ସୁନ୍ଦରଗଡ ତା:୩୦/୮/୨୦୨୬(ସନ୍ଧାନ ନ୍ୟୁଜ) ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ସିଆଁବାହାଲ ଗ୍ରାମର ତାଲପଡ଼ାରେ ଦୀର୍ଘଦିନ ଧରି ଅଚଳ ହୋଇ ପଡ଼ିଛି ସୋଲାର ବୋରୱେଲ। ଫଳରେ ପ୍ରାୟ ୪୦ଟି ପରିବାର ଗୁରୁତର ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି।ସ୍ଥାନୀୟ ନେତା ଡାକ୍ତର ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ପ୍ରଚେଷ୍ଟାରେ ପୂର୍ବରୁ ଏହି ସୋଲାର ନଳକୂପ ସ୍ଥାପନ ହୋଇ ଗ୍ରାମବାସୀ ଜଳ ସଙ୍କଟରୁ ରାହା ପାଇଥିଲେ। କିନ୍ତୁ ଏବେ ଏହା ଅଚଳ ହୋଇଯିବାରୁ ପୁଣି ଜଳ ପାଇଁ ହାହାକାର।ଗ୍ରାମବାସୀଙ୍କ ସମସ୍ୟାକୁ ନେଇ ଡାକ୍ତର ଷଡ଼ଙ୍ଗୀ ଙ୍କ ସହିତ ସିଆଁ ବାହାଲ୍ ଗ୍ରାମବାସି ଆଜି ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁଙ୍କୁ ସାକ୍ଷାତ କରି ତୁରନ୍ତ ବୋରୱେଲର ଯାଞ୍ଚ, ମରାମତି ଓ ପୁନଃକାର୍ଯ୍ୟକ୍ଷମ କରିବା ସହ ବୋରୱେଲ ଠିକ୍ ହେବା ପର୍ଯ୍ୟନ୍ତ ପ୍ରଭାବିତ ପରିବାରଙ୍କୁ ବିକଳ୍ପ ପାନୀୟ ଜଳ ଯୋଗାଣ ଦାବି କରିଛନ୍ତି। ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

Related Posts

About The Author

Add Comment