ସମ୍ବଲପୁର ଚଳିତ ବର୍ଷ ଓଡିଶାର  ପ୍ରଥମ ସଟଡାଉନ 

Spread the love
  •  
  •  
  •  
  •  
  •  
ସମ୍ବଲପୁର, (ସନ୍ଧାନ ନିଉଜ/ଅଜିତ ମହାନ୍ତି) ଗତ ବର୍ଷ ଭଳି  ଚଳିତ ବର୍ଷ ମଧ୍ୟ ପ୍ରଥମ ସଟଡାଉନ ପଶ୍ଚିମ ଓଡିଶା ରେ ଆରମ୍ଭ ହେଇଗଲା I ଗତ ବର୍ଷ କରୋନା ମହା ମାରି ରେ  ଆର୍ଥିକ ସ୍ଥିତି ଭାଙ୍ଗି ପଡ଼ିଥିବା ପରେ ବହୁ କଷ୍ଟ କରି ଏ ବର୍ଷ ଆର୍ଥିକ ସ୍ଥିତି ବଦଳିବା ବେଳେକୁ ପୁଣି ନାଇଟ କରଫୁ ସାଙ୍ଗ କୁ ସପ୍ତାହନ୍ତ ସଟଡାଉନ  ପୁଣି ରୋଜଗାର ଛଡେଇ ନବନି ତ ଏ କରୋନା ମହାମାରି I ଏ ସବୁ ଭାବନା ପ୍ରତେକ ଓଡିଶା ବାସିଙ୍କ ମନ କୁ ଘାରୁଛି I ଏପରି ସ୍ଥିତି ରେ କିଛି ରୋଜଗାର କରିବାକୁ ବାହାରିବାକୁ ଚିନ୍ତାକଲେ ମନକୁ ଆସୁଛି ପୋଲିସ ର ଭୟ ସାଙ୍ଗକୁ ଫାଇନ ର ଖର୍ଚ ର ଭୟ I ଅତିରିକ୍ତ ଅରକ୍ଷି ଅଧିକାରୀ ଅମରେସ ପଣ୍ଡାଙ୍କ  କହିବା କଥା ହେଲା ଅମାନିଆ ମାନଙ୍କୁ ଘରେ ରଖେଇବା ର ବାଟ ହେଲା ଅର୍ଥ ଦଣ୍ଡ ରେ ଦଣ୍ଡିତ କଲେ ସେମାନେ ବାଟ କୁ ଆସିବେ I ଏପରି ବଡ ବଡ଼ିଆ ଙ୍କ ନିୟମ ରେ ସାଧାରଣ ଲୋକ ଟେ ଶୋଷଣ ର ଶିକାର ହେବେନି ତ ? ଛୋଟ ଛୋଟ ଜୀବିକା ରେ ପେଟ ପୋଷା ମାନେ ନିଜର ଜୀବିକା ହରେଇବେନି ତ ? ଏମିତି କିଛି ଚିନ୍ତା ମନ କୁ ବିବ୍ରତ କରୁଛି I ପ୍ରଥମ ଦିନର ସଟଡାଉନ ରେ ସମ୍ବଲପୁର ସହରର ପ୍ରମୁଖ ସ୍ଥାନ ଲଷ୍ମୀଟକିଜ, ଅଇଁଠା ପାଲି ,ମୋଦିପଡା ଧନୁପାଲି ର  ସ୍ଥିତି କଛି ଏପରି ରହିଥିଲା I ରାସ୍ତା ଘାଟ ଖାଁ ଖାଁ ସାଙ୍ଗକୁ ମାତ୍ର କିଛି ଔଷଧ ଦୋକାନ ,ପେଟ୍ରୋଲ ପମ୍ପ ଓ କିଛି ଖାଦ୍ୟ ଯୋଗଉ ଥିବା ସଂସ୍ଥା ଯଥା ଓଡ଼ିଆ ସ୍ୱାଦ , ଜମାଟୋ, ସୁଈଗି ର ଡେଲିଭରି ବୟ ମାନଂକୁ ଦେଖିବାକୁ ମିଳିଥିଲା  ଖାଦ୍ୟ ଯୋଗାଣ ସଂସ୍କାର ହୋମ ଡେଲିଭେରୀ ରେ କୌଣସି ଅସୁବିଧା ହଉନଥିବା ଡେଲିଭେରୀ ବୟ ପିନାକ ନାୟକ କହିଛନ୍ତି  I
.

Related Posts

About The Author

Add Comment