ସବଡେଗା ବାଙ୍କୋପଡ଼ା ବସଷ୍ଟାଣ୍ଡ ର ଉନ୍ନତିକରଣ କେବେ? ବର୍ଷ ବର୍ଷ ଧରି ଲୋକେ ମୌଳିକ ସୁବିଧାରୁ ବଂଚିତ

Spread the love

ସୁନ୍ଦରଗଡ ତା:୨୩/୪/୨୦୨୬ ( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ)  ସବଡେଗା ର ବାଙ୍କୋ ପଡ଼ା ଏକ ମୁଖ୍ୟ ବସ ଷ୍ଟାଣ୍ଡ , ହେଲେ ନାହିଁ ପ୍ରତୀକ୍ଷାଲୟ  ନା ପାଣିର ସୁବିଧା ।ନିକଟରେ ରହିଛି ଦୁଇଟି ହାଇସ୍କୁଲ ସହିତ +୨ ମହା ବିଦ୍ୟାଳୟ  ହେଲେ ରାସ୍ତା ସଂକୀର୍ଣ୍  କାରଣରୁ ଲୋକେ ବର୍ଷ ବର୍ଷ ଧରି ଅସୁବିଧା ଭୋଗୁଛନ୍ତି ।ରାସ୍ତା   ଉପରେ ପ୍ରତିଟି ମୂହୁର୍ତ୍ତ ଦୁର୍ଘଟଣାର ଭୟ ରହୁଥିବା ଦେଖିବାକୁ ମିଳୁଛି ।ପ୍ରଶାସନ କତୃପକ୍ଷ ଉଦାସୀନ ମନୋଭାବ ପାଇଁ ରୀତିମତ ଭାବରେ ଲୋକେ ମୌଳିକ ଅଧିକାର ରୁ ବଞ୍ଚିତ ରହୁଛନ୍ତି । ସରକାର ମାଆ ମାନଙ୍କ ଉନ୍ନତି କଥା କହୁଥିବା ବେଳେ ଗ୍ରୀଷ୍ମ ସମୟ ରେ ମାଆ ମାନେ  ବର୍ଷ ବର୍ଷ ଧରି ଅସୁବିଧା ଭୋଗି ଆସୁଛନ୍ତି ।ସରକାର ବିକଶିତ ଗ୍ରାମ ବିକଶିତ ଓଡ଼ିଶା ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସବଡେଗା  ବାଙ୍କୋପଡ଼ା ବସଷ୍ଟାଣ୍ଡ ର ଅସୁବିଧା  କେବେ ଦୁରହେବ ତାହା  ପ୍ରଶ୍ନ ଘେରରେ ରହିଛି । ଅଞ୍ଚଳ ର ପ୍ରତିନିଧି ରାଜ୍ୟ ସ୍ତରରେ ପ୍ରତିନିଧିତ୍ଵ କରୁଥିବାବେଲେ  ବର୍ଷ ବର୍ଷ ଧରି ଲୋକେ ମୌଳିକ ଅଧିକାର ରୁ ବଞ୍ଚିତ ହେବା ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି । ଦେଖିବାକୁ ବାକି ରହିଲା  ଲୋକେ ଆଉ କେତେ ଦିନ ମୌଳିକ ସୁବିଧାରୁ ବଂଚିତ ରହିବେ ।

Related Posts

About The Author

Add Comment