ସୁନ୍ଦରଗଡ ତା:୨୯/୪/୨୦୨୬ ( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଆଜି ଅକ୍ଷୟ ତୃତିଆ । ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ପାଳିତ ହେଉଥିବା ଏହି ପର୍ବର ମହିମା ଅନନ୍ୟା । ଅକ୍ଷୟ ଅର୍ଥାତ ଯାହାର କ୍ଷୟ ନାହିଁ ।ସାରା ଭାରତ ବର୍ଷ ସହିତ ସାରା ଓଡ଼ିଶାରେ ଏହି ପର୍ବ ନିଆରା ଢ଼ଙ୍ଗରେ ପାଳନ କରାଯାଏ । ଏହି ଦିନର ପୌରାଣିକ ଓ ସାମାଜିକ ମହତ୍ତ୍ଵ ରହିଛି । ଏହି ଦିନର ଆରମ୍ଭ କରାଯାଉଥିବା ପ୍ରତ୍ୟେକ କାର୍ଯ୍ୟ କେବେ କ୍ଷୟ ହୁଏ ନାହିଁ । ଗୃହ ପ୍ରବେଶ,ବ୍ୟବସାୟ ଆରମ୍ଭ ସହିତ ସୁନା କିଣିବା ସର୍ବୋତମ କୁହାଯାଏ । ଓଡ଼ିଶାରେ କୃଷି ଭିତ୍ତିକ କାର୍ଯ୍ୟପାଇଁ ଅକ୍ଷୟ ତୃତୀୟାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ଆଜିର ଦିନରେ ଚାଷୀ ନୂଆ ଲୁଗା ପିନ୍ଧି ମାଟି ମାଆ ଙ୍କୁ ପୂଜା କରି ସୁବର୍ଣ୍ଣ ଫସଲ ଆଶାରେ ବିହନ ବୁଣିଥାଏ। ଏହା ଏକ ମାତ୍ର ପରମ୍ପରା ନୁହେଁ ମାତ୍ର ପ୍ରକୃତି ସହିତ ଅତୁଟ ସମ୍ପର୍କର ପ୍ରତୀକ ।ଏଥି ସହିତ ଏହି ଦିନ ମହାପ୍ରଭୁ ଜଗନ୍ନାଥ ଙ୍କ ସଂସ୍କୃତି ସହିତ ଜଡିତ ଥିବାବେଳେ ଏହି ଦିନରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ଅନୁକୂଳ କରାଯାଏ । ତା ସହିତ ଏକୋଇଶି ଦିନିଆ ଚନ୍ଦନ ଯାତ୍ରା ମଧ୍ୟ ନରେନ୍ଦ୍ର ପୁଷ୍କରିଣୀ ରେ ଆରମ୍ଭ ହୋଇଥାଏ । ପୌରାଣିକ ଅନୁସାରେ କୁହାଯାଏ ମହର୍ଷି ବେଦବ୍ୟାସ ଓ ପ୍ରଭୁ ଗଣେଶ ଙ୍କ ଦ୍ଵାରା ଆଜିର ଦିନରେ ମହାଭାରତ ରଚନା ଆରମ୍ଭ କରିଥିଲେ । ଭଗବାନ ମହାପ୍ରଭୁଙ୍କ ଷଷ୍ଠ ଅବତାର ପ୍ରଭୁ ପର୍ଶୁରାମ ଜନ୍ମ ଗ୍ରହଣ କରିଥିଲେ । ଗଙ୍ଗା ମାତା ମଧ୍ୟ ଆଜିର ଦିନରେ ଧରାପୃଷ୍ଟ କୁ ଅବତରଣ କରିଥିବା କିମ୍ବଦନ୍ତୀ ରହିଛି । ଏହି ପର୍ବ ନୂତନ ଆଶା , ଭରସା ସହିତ ନୂତନ ଆରମ୍ଭର ଦିନ । ଏହି ଦିନର ସତ୍ କର୍ମ ,ଦାନ ଓ କର୍ମ କେବେ କ୍ଷୟ ହୁଏ ନାହିଁ ବୋଲି ମତ ରହିଛି । ଏହି କ୍ରମରେ ଆଜି ସବଡେଗା ଗିରିଶ ଚନ୍ଦ୍ର ଭବନରେ ବିଧି ଅନୁଯାୟୀ ଅକ୍ଷୟ ତୃତୀୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପଞ୍ଚାନନ ନାଏକ ଓ ସୁରେଶ ପଟେଲ ଙ୍କ ତତ୍ତ୍ଵାବଧାନରେ ହୋଇଥିବା ବେଳେ ସମସ୍ତ ଗ୍ରାମବାସୀ ଙ୍କ ସହଯୋଗ ରହିଥିଲା ।
ସବଡେଗା ଅଘରିଆ ସମାଜ ତରଫରୁ ଆଜି ଅକ୍ଷୟ ତୃତୀୟା ଅବସରରେ ଆଖି ମୁଠି ଅନୁକୂଳ କରାଯାଇଥିଲା
|
April 20, 2026 |



