ବରଗଡ଼ : ୧୦/୮/୨୬ (ସନ୍ଧାନ ନ୍ୟୁଜ) ବରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ଅଶୋକ କୁମାର ପାଣିଗ୍ରାହୀ ଜନସାଧାରଣଙ୍କ ଅବଗତି ପାଇଁ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ସୂଚନା ଦେଇଛନ୍ତି । ପରିବହନ କମିଶନର-ତଥା-ଅଧ୍ୟକ୍ଷ, ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟ, ଆଦେଶ ସଂଖ୍ୟା ୧୪୦୮୬, ତା. ୦୩/୦୮/୨୦୨୬ ରିଖ ଅନୁଯଉାୟୀ ରାଜ୍ୟର ୯ଟି ନିର୍ଦ୍ଦିଷ୍ଟ କାତୀୟ ଓ ରାଜ୍ୟ ରାଜପଥରେ ଆଇଇଏମ୍ଏସ୍ (ଇଣ୍ଡେଲିଜେଣ୍ଟ ଏନ୍ଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ) ମାଧ୍ୟମରେ ଇ-ଚଲାଣ ଜାରି କରାଯିବାର ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ବରଗଡ଼ ଜିଲ୍ଲାର ୦୩ ନଂ ରାଜ୍ୟ ରାଜପଥର ସୋହେଲା ଠାରୁ ମାଣ୍ଡସିଲ ପର୍ଯ୍ୟନ୍ତ ରାସ୍ତାରେ ମଧ୍ୟ ଆଇଇଏସ୍ଏସ୍ ମାଧ୍ୟମରେ ଟ୍ରାଫିକ ନିୟମ ଉଲଂଘନ ଉପରେ ନଜର ରଖାଯାଇ ଇ-ଚାଲାଣ ଜାରି କରାଯିବାର ବ୍ୟବସ୍ଥା ରହିଛି । ସମସ୍ତ ଇ-ଚାଲାଣରେ ଯାନର ଫଟୋ/ଭିଡିଓ ପ୍ରମାଣ, ସ୍ଥାନ, ସମୟ, ତାରିଖ ଏବଂ ବେଗ ସମ୍ବନ୍ଧୀୟ ସୂଚନା ରେକର୍ଡ ହୋଇ ରହିବ । ନିର୍ଦ୍ଧାରିତ ବେଗ ସୀମାଠାରୁ ଅଧ୍ଚଳ ବେଗରେ ଗାଡ଼ି ଚଳାଇବା, ଦୁଇଚକିଆ ଯାନରେ ଚାଳକଙ୍କ ବ୍ୟତୀତ ଜଣେରୁ ଅଧିକ ପିଲିଅନ ଯାତ୍ରୀ ବହନ କରିବା, ଚାଳକ କିମ୍ବା ପିଲିଅନ ଯାତ୍ରୀ ହେଲ୍ମେଟ ନ ପିନ୍ଧିବା, ଭୁଲ୍ ଦିଗରେ କିମ୍ବା ଟ୍ରାଫିକର ଅନୁମୋଦିତ ପ୍ରବାହ ବିପରିତ ଦିଗରେ ଗାଡ଼ି ଚଳାଇବା ଆଦି ଟ୍ରାଫିକ ନିୟମ ଉଲ୍ଲଂଘନ ଚିହ୍ନଟ କରାଯିବ । ଏଣୁ ନିର୍ଦ୍ଧାରିତ ବେଗସୀମାରେ ମୋଟରଯାନ ଚଳାଇବା, ଦୁଇଚକିଆ ଯାନରେ ହେଲ୍ମେଟ ପିନ୍ଧିବା, ଅନୁମୋଦିତ ଦିଗରେ ଯାନ ଚଳାଇବା ଏବଂ ରାସ୍ତାରେ ମୋଟରଯାନ ଚଳାଇବା ସମୟରେ ସମସ୍ତ ଟ୍ରାଫିକ ନିୟମ ପାଳନ କରିବାକୁ ଅନୁରୋଧ କରାଯାଇଛି । ଏହି ବ୍ୟବସ୍ଥାର ଏଦ୍ଦେଶ୍ୟ ଚାଲାଣ ଜାରି କରିବା ନୁହେଁ, ବରଂ ସଡ଼କ ଦୁର୍ଘଟଣା ହ୍ରାସ କରି ଜନଜୀବନର ସୁରକ୍ଷା ସୁନିଶ୍ଚିତ କରିବା ବୋଲି ବରଗଡ଼ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଏକ ପ୍ରେସ୍ ବିବୃତିରେ କହିଛନ୍ତି ।
ତାଜା ଖବର
- କାଉଡ଼ିଆ ମାନଙ୍କର ଲମ୍ବାଧାଡି ଶିବ ମନ୍ଦିରକୁ
- ପୁଷ୍ପଗିରି ପ୍ରେସ୍ ଫୋରମର ୧୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
- ତିନି ଗାୟକଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ
- **ଯାଜପୁରରେ ମହାସମାରୋହରେ ପାଳିତ ହେବ ‘ଘରେ ଘରେ ତ୍ରିରଙ୍ଗା’ ଏବଂ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’: ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ**
- **୮୦ତମ ସ୍ବାଧୀନତା ଦିବସ ପାଳନ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି: ଆୟୋଜିତ ହେବ ସାଂସ୍କୃତିକ ଚୟନ ଶିବିର ଓ ଜିଲ୍ଲା ସ୍ତରୀୟ ଓପନ କୁଇଜ୍**
- ଜିଲ୍ଲା ସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ-୨୦୨୬ ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
- ବନ୍ୟାଞ୍ଚଳରେ ପ୍ରଶାସନ:ପକ୍ଷରୁ ରିଲିଫ୍ କିଟ୍ ବଣ୍ଟନ ସହ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା
- *ସଡ଼କ ଦୁର୍ଘଟଣା ହ୍ରାସ ଉପରେ ଗୁରୁତ୍ୱ ।*
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଯୁଗି ଯୁଗେନ ବନ୍ଧ କୁ ନେଇ ୧୨ ଘଣ୍ଟିଆ ବନ୍ଦ ଅନଶନ ସଫଳ



