ସୁନ୍ଦରଗଡ ତା:୨୪/୮/୨୦୨୬(ସନ୍ଧାନ ନ୍ୟୁଜ) ଶ୍ରାବଣ ମାସର ଶେଷ ସୋମବାର ଅବସରରେ ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକର ପ୍ରସିଦ୍ଧ ଶ୍ରୀ ଶୁଖାମହାଦେବ ମନ୍ଦିର ରେ ଶିବ ଭକ୍ତ ଓ ବୋଲବମ୍ କାଉଡ଼ିଆଙ୍କ ପ୍ରବଳ ଭିଡ଼ ଜମିଛି l ପବିତ୍ର ଶେଷ ସୋମବାରରେ ମହାଦେବଙ୍କ ଜଳାଭିଷେକ କରି ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ବିଭିନ୍ନ ନଦୀରୁ ପବିତ୍ର ଜଳ ଆଣି କାଉଡ଼ିଆମାନେ ବାବା ଶୁଖାମହାଦେବଙ୍କ ମସ୍ତକରେ ଅର୍ପଣ କରୁଛନ୍ତି l ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ମହାଆରତୀ ଓ ଶିବ ସହସ୍ରନାମ ପାଠର ଆୟୋଜନ କରାଯାଇଛି l ପୂରା ମନ୍ଦିର ପ୍ରାଙ୍ଗଣ “ହର ହର ମହାଦେବ” ଏବଂ “ବୋଲବମ୍” ଧ୍ୱନିରେ ପ୍ରକମ୍ପିତ ହେଉଛି l ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଶ୍ରଦ୍ଧାଳୁଙ୍କ ଶାନ୍ତିପୂର୍ଣ୍ଣ ଦର୍ଶନ ପାଇଁ ମନ୍ଦିର କମିଟି ଓ ସ୍ଥାନୀୟ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି l ପାନୀୟ ଜଳ, ଧାଡ଼ି ପରିଚାଳନା ଏବଂ ସୁରକ୍ଷା ପାଇଁ ପୋଲିସ ମଧ୍ୟ ମୁତୟନ ହୋଇଥିବା ଦେଖିବାକୁ ମିଳିଛି ।



