ରବିନ୍ଦ୍ର ନାଥ ଟାଗୋରଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ । 

Spread the love
କଟକ,  ୧୧/୮/୨୬ (ସନ୍ଧାନ ନ୍ୟୁଜ୍) : ଜାତୀୟ ସଙ୍ଗୀତ ଜନ ଗଣ ମନ ଅଧିନାୟକର ରଚୟତା ରବିନ୍ଦ୍ର ନାଥ ଟାଗୋର ଥିଲେ । ସେ ବହୁ ମୁଖୀ ପ୍ରତିଭାର ଅଧିକାରୀ ଥିଲେ  କବିତା ,ସାହିତ୍ୟ,ଦର୍ଶନ, ନାଟକ,ସଙ୍ଗୀତ,ଚିତ୍ରକଳା ଆଦି ଅନେକ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ତାଙ୍କର ଶ୍ରାଦ୍ଧ ଦିବସରେ କଟକ ସଦର ୪୨ ମୌଜା ପଟଣା ଗ୍ରାମର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଉପଦେଷ୍ଟା ସେବକ ଇଞ୍ଜିନିୟର ଶ୍ରୀକାନ୍ତ ବେଉରା,ସମ୍ପାଦକ ସଂଗଠକ ନାରାୟଣ ଚନ୍ଦ୍ର ମହାନ୍ତି,କୋଷାଧ୍ୟକ୍ଷ ଶୁଭେନ୍ଦୁ ବରଣ ଦାସ ମହାପାତ୍ର ଏବଂ ସମସ୍ତ କାର୍ଯ୍ୟକର୍ତ୍ତା ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Related Posts

About The Author

Add Comment