ରଣପୁର ବ୍ଲକ ରେ ଭିନ୍ନକ୍ଷମ ଙ୍କୁ ସାମାଜିକ ସୁରକ୍ଷା ମିଳିବାରେ ବିଳମ୍ବ

Spread the love
  •  
  •  
  •  
  •  
  •  

ନୟାଗଡ,୨୨/୧୧/୨୦ (ସନ୍ଧାନ ନିଉଜ) – ରାଜ୍ୟ ସରକାର ବୃଦ୍ଧ, ବୃଦ୍ଧା,ବିଧବା ଓ ଭିନ୍ନକ୍ଷମ ଙ୍କ ପାଇଁ ସାମାଜିକ ସୁରକ୍ଷା ର ଯୋଜନାମାନ କରିଛନ୍ତି । ନୟାଗଡ ଜିଲ୍ଲା ରଣପୁର ବ୍ଲକରେ ଭିନ୍ନକ୍ଷମଙ୍କ ପାଇଁ ଏହି ଯୋଜନା ଦିଗହରା ପାଲଟିଥିବା ଅଭିଯୋଗ ହେଉଛି । ଭିନ୍ନକ୍ଷମମାନେ ସାମାଜିକ ସୁରକ୍ଷା ଯୋଜନାରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ରେ ଆବେଦନ କରି ସୁରକ୍ଷା ସହାୟତା ନପାଇ ହତାଶ ହୋଇ ଦୁଃଖରେ ଦିନ କାଟୁଥିବା ଦେଖାଦେଇଛି । ରଣପୁର ବ୍ଲକ ଡମସାହି ଗ୍ରାମପଞ୍ଚାୟତ ତଲାରିବନ୍ଧ ଗ୍ରାମର ବାସନ୍ତି ପ୍ରଧାନ ଶତକଡା ୬୦ ଭାଗ ଭିନ୍ନକ୍ଷମ ପ୍ରମାଣ ପତ୍ର ହାସଲ୍ କରିଛନ୍ତି । ସେ ମହାଶୟା ରଣପୁର ବ୍ଲକରେ ଅଫ୍‌ଲାଇନ୍‌  ଠାରୁ ଆରମ୍ଭ କରି ଅନ୍‌ଲାଇନ୍ ପର୍ଯ୍ୟନ୍ତ ବାରମ୍ବାର ଭତା ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ସୁରକ୍ଷା ସହାୟତା ଭତା ପ୍ରଦାନ କରାଯାଇନାହିଁ  । ତେଣୁ ବାସନ୍ତି ପ୍ରଧାନ ରୋଗ ଗ୍ରସ୍ତ ଥିବାରୁ ମାସକୁ ଖର୍ଚ୍ଚ ହେଉଥିବା ଔଷଧ ଖର୍ଚ୍ଚ ଯୋଗାଇବାରେ ଅସମର୍ଥ ହେଉଥିବା ପ୍ରକାଶ କରିଛନ୍ତି । ସେହିଭଳି ଭାବରେ ସେହି ତଲାରିବନ୍ଧ ଗ୍ରାମର ସୋମନାଥ ପ୍ରଧାନ ଶତକଡା ୫୦ ଭାଗ ଭିନ୍ନକ୍ଷମ ପ୍ରମାଣ ପତ୍ର ଥାଇ ଦଶମ ଶ୍ରେଣୀରେ ଅଧ୍ୟୟନରତ ।

ସୋମନାଥ ମଧ୍ୟ ରଣପୁର ବ୍ଲକରେ ଭତା ପାଇଁ ଆବେଦନ କରି ଏ ଯାଏଁ ଭତା ପାଇନାହାନ୍ତି । ଏ  ସର୍ମ୍ପକେ ରଣପୁର ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ନିବେଦିତା ଜାନିଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ଭିନ୍ନକ୍ଷମା ବାସନ୍ତି ପ୍ରଧାନ ଙ୍କର ଆବେଦନକୁ ଜିଲ୍ଲା ଅଫିସ୍ କୁ ପଠାଇ ଦିଆଯାଇଛି । ଜିଲ୍ଲା ଅଫିସ୍ ରୁ ମଞ୍ଜୁରୀ ହୋଇ ଆସିନାହିଁ । ସୋମନାଥ ପ୍ରଧାନଙ୍କ ଆବେଦନ ଫର୍ମରେ ଲାଗିଥିବା ଭିନ୍ନକ୍ଷମ ପ୍ରମାଣ ପତ୍ରର ଅବଧି ସରିଯାଇଛି । ବାସନ୍ତି ପ୍ରଧାନ ଙ୍କ ଆବେଦନ ସର୍ମ୍ପକେ ନୟାଗଡ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ସାହୁ ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଭିନ୍ନକ୍ଷମଙ୍କୁ ଭତା ମଞ୍ଜୁରୀ ପାଇଁ କାଗଜାତ ଚାଲିଛି । ଦୁଇ ତିନି ଦିନ ମଧ୍ୟରେ ବାସନ୍ତି ପ୍ରଧାନଙ୍କର  ଭତା ମଞ୍ଜୁରୀ କରାଯିବ  । ରଣପୁର ବ୍ଲକରେ ଅନେକ ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ମାନେ ସାମାଜିକ ସୁରକ୍ଷା ଯୋଜନାରେ ସହାୟତା ପାଇଁ ଆବେଦନ କରି କରି ହତାସ ହୋଇ ରହିଥିବା ଅଭିଯୋଗ ହେଉଛି ।

Related Posts

About The Author

Add Comment