ତିହିଡି ୨/୫/୨୬ (ସନ୍ଧାନ ନ୍ୟୁଜ ) ତିହିଡି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ରେ ଥିବା ବିରଞ୍ଚି ନାରାୟଣ କ୍ଲବ ପରିସରରେ ସ୍ବର୍ଗତ ନିରଞ୍ଜନ ନାୟକ ଙ୍କ ସ୍ମୁତି ଚାରଣ ସଭା ଏକ ଶୋକାକୁଳ ପରିବେଶ ଭିତରେ ପାଳିତ ହୋଇ ଯାଇଛି।୨୭ ଏପ୍ରିଲ ଅପରାହ୍ନ ଚାରିଟା ପନ୍ଦର ରେ ଯାଜପୁର ଜିନ୍ଦଲ କମ୍ପାନୀ ରୁ ଛୁଟି ନେଇ ପାଳିଆ କୁ ଆସୁଥିବା ସମୟରେ ଏକ ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାଇବା ସମସ୍ତ ଙ୍କୁ ଚକିତ କରି ଦେଇ ଥିଲା। ସ୍ବର୍ଗତ ନିରଞ୍ଜନ ଜଣେ ଜଣାଶୁଣା ସମାଜ ସେବକ ଥିଲେ। ପାଳିଆ ବିନ୍ଧା ପଞ୍ଚାୟତ ର ବିକାଶ ପାଇଁ ସବୁ ବେଳେ ପ୍ରୟାସ ଜାରି ରଖିଥିଲେ। ଭାରତୀୟ ଜନତା ପାର୍ଟିର ଜଣେ ସକ୍ରିୟ କର୍ମୀ ଥିଲେ। ସ୍ଥାନୀୟ ଯୁବ ନେତା ଶ୍ରୀଯୁକ୍ତ ଉଷା କାନ୍ତ ନାୟକ ଙ୍କ ସହ ତାଙ୍କର ଘନିଷ୍ଠ ସଂପର୍କ ଥିଲା। ତାଙ୍କର ଅମର ଆତ୍ମା ର ସଦଗତୀ ପାଇଁ ବିରଞ୍ଚି ନାରାୟଣ କ୍ଲବ ପରିସରରେ ଏକ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଯୁବ ନେତା ଶ୍ରୀଯୁକ୍ତ ଉଷା କାନ୍ତ ନାୟକ ଙ୍କ ଦ୍ଵାରା ଆୟୋଜିତ ଶୋକ ସଭାରେ ବିରଞ୍ଚି ନାରାୟଣ କ୍ଲବ ର ସବୁ ସଦସ୍ୟ ଉପସ୍ଥିତ ରହି ନିରଞ୍ଜନ ନାୟକ, ପିଣ୍ଟୁ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥଲେ। ଯେଉଁ ମାନେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ସମାନେ ହେଲେ ପୁଷ୍ପକାନ୍ତ ନାୟକ, ସମାଜ ସେବୀ ସରୋଜ କୁମାର ଦାସ, ସଞ୍ଜୀବ ଦାସ, ସତ୍ୟବ୍ରତ ପାତ୍ର, ସୁନୀଲ ମୁଦୁଲି, ନିମାଇଁ ସାହୁ, ପ୍ରିତିରଞ୍ଜନ ସାମଲ, ରତିକାନ୍ତ ପାତ୍ର, ଜୟ ଗୋପାଲ ମହାପାତ୍ର,ଯୁଗୁ, ରଶ୍ମିରଞ୍ଜନ ନାୟକ, ପ୍ରଶାନ୍ତ ପଲେଇ, ଭାବଗ୍ରାହୀ ନାୟକ, ଅପୂର୍ବ ସାହୁ, କ୍ରାନ୍ତି ଭୂଷଣ ମୁଦୁଲି, ଜନ୍ମଜୟ ନାୟକ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।
ଯୁବ ନେତା ସ୍ବର୍ଗତ ନିରଞ୍ଜନ ନାୟକ (ପିଣ୍ଟୁ) ଙ୍କ ଉଦ୍ଦେଶ୍ୟ ରେ ସ୍ମୁତି ଚାରଣ ସଭା।
|
May 2, 2026 |



