ମିର୍ଜ଼ାପୁର ପଂଚାୟତରେ ଚୋରା ମଦ ବେପାର; ମାସିକିଆ ନେଇ ଅବକାରୀ ବିଭାଗ ଚୁପ

Spread the love
  •  
  •  
  •  
  •  
  •  

ଧର୍ମଶାଳା, ୨୬/10 (ସନ୍ଧାନ ନିଉଜ /ସୁରେଶ ବିଶ୍ୱାଳ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ମିର୍ଜ଼ାପୁର ପଂଚାୟତ ରେ ଚାରି ଜାଗାରେ ଚାଲିଛି ଖୋଦ ଚୋରା ମଦ ବେପାର ଏଠି ପୋଲିସ ଚୁପ ଆଉ ଅବକାରୀ ଅଫିସର ମଧ୍ୟ ଚୁପ ରହି ସେମାନଙ୍କ ଠାରୁ ଅଣ୍ଟିଗେଂଜା ନେଇ ପ୍ରୋତ୍ସାହନ ଯୋଗାଇ ଦେବାରେ ବିଫଳ ହୋଇନି।ଘଟଣାରୁ ପ୍ରକାଶ-ମିର୍ଜାପୁର ପଂଚାୟତ କାର୍ଯ୍ୟାଳୟ ଆଗରେ ଥିବା କେବିନିରେ ବେହେରା ବାବୁ ଚୋରା ମଦ ଦିନରାତି ବିକ୍ରି କରୁଥିବା ବେଳେ ନିଜ ଘର ପାଖରେ ଏକ କାଉଣ୍ଟର ଖୋଲିଲା ପରି ବିଭିନ୍ନ ସରକାରୀ,ବେସରକାରୀ ଓ ଦେଶୀ ଦାରୁ ବିକ୍ରି କରିବାର ବହୁ ପୁରୁଣା ବେପାରୀ ଭାବରେ ପରିଚିତ ଅଛନ୍ତି ସେହିପରି ପଂଚାୟତ ଅଫିସ ପଛ ହାଟ ଠୁ ଟିକେ ପୂର୍ବରୁ ନାୟକ ବାବୁ ମଟର ସାଇକେଲ ରେ ବୁଲି ବୁଲି ବିକ୍ରିକରୁଥିବା ବେଳେ ଘର ପାଖରେ ମିନି କାଉଣ୍ଟର କରି ରଖିବା ଦେଖିବାକୁ ମିଳିଛି।ସେହିପରି କୁମ୍ଭାର ସାହିଛକରେ ସେଠିବାବୁ ଖୁଲମଂ ଖୁଲା ବେପାର କରୁଥିବା ବେଳେ ବେଳେ ମୁଣ୍ଡମାଳ ରେ ପୂର୍ବରୁ ଜଣେ ସରପଞ୍ଚ ପ୍ରାଥିରେ ଲଢ଼ି ହାରି ଯାଇଥିବା ଆଉ ଜଣେ ବେହେରା ବାବୁ ଖୁଲମଂ ଖୁଲା ବେପାର ଚଳାଇ ଆସୁଛନ୍ତି।ଏଠି ପ୍ରଶ୍ନ ଉଠୁଛି ଏମାନଙ୍କୁ ମଦ ବିକିବାକୁ ଲାଇସେନ୍ସ ଦେଲା କିଏ।ଅବକାରୀ ବାବୁ ଧର୍ମଶାଳା ପୋଲିସ ଏମାନଙ୍କ ଠାରୁ କେତେ ଅଙ୍କର ଲାଞ୍ଚ ନେଇ ଏଭଳି ବେଆଇନ କାମ କରିବାକୁ ଅନୁମତି ଦେଇଛନ୍ତି।ଗାଁ ଗଣ୍ଡାରେ କୌଣସି ବ୍ୟକ୍ତି ଏମାନଙ୍କୁ ବିରୋଧ କଲେ ଏହି ବେପାରୀ ମାନେ ବିଭିନ୍ନ ପ୍ରକାର ଧମକ ଚମକ ଦେବା ସହିତ ସେମାନଙ୍କୁ ମାଡ଼ ମାରିବାକୁ ମଧ୍ୟ ପଛାଉ ନାହାନ୍ତି ଏହି ମଦ ମାଫିଆ ମାନେ।ଏଥିରେ ଛୋଟ ଛୋଟ ପିଲା ମାନେ ନିଶା ଖାଇ ହଳୁଥିବା ବେଳେ ଦିନ ମଜୁରିଆ ମାନେ ବି ଯାହା ରୋଜଗାର କରୁଛନ୍ତି ସବୁତକ ପେଟେ ପିଇ ହଲି ହଲି ଘରକୁ ଯାଇ ସ୍ତ୍ରୀ ପିଲା ଛୁଆ ଙ୍କୁ ମାର ଧର କରିବା ସହ ଯାବତୀୟ ଅଶାନ୍ତି ସୃଷ୍ଟିକରିବାର ନଜର ଆସୁଛି।ଖାଲି ସେତିକି ନୁହେଁ ପ୍ରତି ସମୟରେ ଗାଁ ଗଣ୍ଡାରେ ବିବିନ୍ନ ଅସାମାଜିକ କାଯ୍ୟ ଘଟାଉଥିବା ଦେଖିବାକୁ ମିଳିଛି।ଏଠି ବେପାରୀ ବାବୁ ମାନେ ଲାଲେ ଲାଲ ହେବା ସହିତ ପୋଲିସ ଓ ଅବକାରୀ ବାବୁ ମାନେ ବହୁତ ଖୁସିରେ ଚଳି ଯାଉ ଥିବା ବେଳେ ସେପଟେ ପଂଚାୟତରେ ଅନେକ ପରିବାର ଭୋକ ଉପାସରେ ଦିନ କାଟିବା ସହିତ ମାଡ଼ ଗାଳି ଖାଇ ଦୁଃଖରେ ଜୀବନ କାଟୁଥିବା ଦେଖିବାକୁ ମିଳୁଛି।ତେଣୁ ତୁରନ୍ତ ଏମାନଙ୍କ ବେଆଇନ କାଯ୍ୟକୁ ପ୍ରଶାସନ ଘଣ୍ଟ ନଘୋଡାଇ ତୁରନ୍ତ ସେମାନଙ୍କ ଘରୁ ଚୋରା ମଦକୁ ଜବତ କରି ଏଭଳି କାର୍ଯ୍ୟ କୁ ନ ରୋକିଲେ ତୁରନ୍ତ ପଂଚାୟତ ବାସୀ ଏକ ଆନ୍ଦୋଳନ କରିବା ସହିତ ଧର୍ମଶାଳା ଥାନା ଆଗରେ ଧାରଣା ଦେବେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି।

Related Posts

About The Author

2 Comments

  1. Uday Kumar biswal
    October 28, 2019

Add Comment