ଭୟଙ୍କର ସଡ଼କ ଦୁର୍ଘଟଣା: ବସ୍-କାର୍ ମୁହାଁମୁହିଁ ଧକ୍କା, ୨ ମୃତ, ଜଣେ ଗୁରୁତର

Spread the love

ଜେନାପୁର /୨୭/୪(ସନ୍ଧାନ ନ୍ୟୁଜ ) ​କରଞ୍ଜିଆରେ ଭୟଙ୍କର ସଡ଼କ ଦୁର୍ଘଟଣା: ବସ୍-କାର୍ ମୁହାଁମୁହିଁ ଧକ୍କା, ୨ ମୃତ, ଜଣେ ଗୁରୁତର

​ଯାଜପୁର: କରଞ୍ଜିଆ କାଦଡିହା ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯାତ୍ରୀବାହୀ ବସ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଗଡ଼ମଧୁପୁର ପଞ୍ଚାୟତ ଭୂବନପୁର ଗ୍ରାମର ପ୍ରକାଶ କୁମାର ବଳ ସାମନ୍ତ, ସେହି ଗ୍ରାମର ସଞ୍ଜୟ କୁମାର ବଳ (ମବୁ) ଏବଂ କୁକୁଡ଼ା ଖାଳି ଗ୍ରାମର ନୀଳମଣୀ ସାହୁ ଏକ କାର୍ ଯୋଗେ କରଞ୍ଜିଆ ଅଭିମୁଖେ ଯାଉଥିଲେ। କାଦଡିହା ନିକଟରେ ସମ୍ମୁଖ ପଟୁ ଆସୁଥିବା ‘ପ୍ରଶାନ୍ତି’ ନାମକ ଏକ ଯାତ୍ରୀବାହୀ ବସ୍ ସହ କାର୍‌ଟିର ଭୟଙ୍କର ଧକ୍କା ହୋଇଥିଲା।

​ମୃତକ: ନୀଳମଣୀ ସାହୁ ଏବଂ ସଞ୍ଜୟ କୁମାର ବଳ। ଉଭୟଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା।

​ଗୁରୁତର: କାର୍ ଚାଳକ ପ୍ରକାଶ କୁମାର ବଳ ସାମନ୍ତ।

​ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରକାଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବାକୁ ବ୍ୟବସ୍ଥା କରୁଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Related Posts

About The Author

Add Comment