ସୁନ୍ଦରଗଡ଼ ତା:୨୧-୦୬-୨୦୨୬ରିଖ (ସନ୍ଧାନ ନ୍ୟୁଜ ) ତଲସରା ଥାନା ଅନ୍ତର୍ଗତ ସବଡେଗା ବ୍ଲକ ଯାଇସାର ଗ୍ରାମ ରେ ଜଣେ ବ୍ୟକ୍ତି ନିଜର ଭାଇବୋହୁ ଙ୍କୁ ଲୁହା ଛଡ଼ ରେ ମାରାନ୍ତକ ଆକ୍ରମଣ କରିଥିବା ନେଇ ତଲସରା ଥାନା ରେ ଲିଖିତ ଅଭିଯୋଗ ହୋଇଥିବା ଖବର ସାମ୍ନା କୁ ଆସିଛି l ପାଇଥିବା ସୂଚନା ଅନୁସାରେ ତଲସରା ଥାନା ଅନ୍ତର୍ଗତ ସବଡେଗା ବ୍ଲକ ଯାଇସାର ଗ୍ରାମ ର ତା:୧୬-୦୬-୨୦୨୬ରିଖ ସକାଳ ପ୍ରାୟ ୮ଟା ସମୟ ରେ ଶ୍ରୀମତି ସୁବାସିନୀ ଦଣ୍ଡସନl ଙ୍କ ଦେଢଶୁର ପ୍ରେମଚାନ୍ଦ ଦଣ୍ଡସନl ସେଭିଙ୍ଗ ମେସିନ ଧରି ଆସି ସୁବାସିନୀ ଦଣ୍ଡସନl ଙ୍କ ଶଶୁର ମୁରଲୀ ଦଣ୍ଡସନl ଦାଢ଼ି ନିଶ କୁ କାଟିଦେବା କୁ ଚେଷ୍ଟା କରିଥିଲେ l ସୁବାସିନୀ ଦଣ୍ଡସନl ତାଙ୍କ ଶଶୁର ଙ୍କୁ ନିଶ ଦାଢ଼ି କାଟିବା ପାଇଁ ମନା କରି ଘରକୁ ଡାକି ନେଇ ଘର ଭିତରେ ଶଶୁର ଙ୍କୁ ପୁରାଇ ବାହାର ପଟୁ କବାଟ ଦେଇ ଜାଳେଣି କାଠ ଆଣିବା ପାଇଁ ବାଡ଼ି ପଟେ ଯାଇଥିବା ବେଳେ ଦେଢଶୁର ନିଜର କପଡା ଖୋଲି ଉଲଗ୍ନ ହୋଇ ଭାଇବୋହୁ ସୁବାସିନୀ ଦଣ୍ଡସନl ଥିବା ପଟକୁ ଯାଇ ଅଶ୍ଳୀଳ ଭାଷାରେ ଗାଳି କରିଥିଲା l ପାଖରେ ଥିବା ଏକ ଲୁହା ଛଡ଼ ଧରି ସୁବାସିନୀ ଉପରେ ମାରାନ୍ତକ ଆକ୍ରମଣ କରିଥିଲା ଓ ଲୁହା ଛଡ଼ ରେ ସୁବାସିନୀ ର ମୁଣ୍ଡ ରେ ପ୍ରହାର କରିବାରୁ ସୁବାସିନୀ ସଜ୍ଞା ହୀନ ହୋଇ ସେଇଠି ପଡ଼ିଗଲା l ଏହା ଦେଖି ଗାଁ ଲୋକେ ଦୌଡ଼ି ଯାଇ ସଜ୍ଞା ହୀନ ଅବସ୍ଥା ରେ ପଡ଼ିଥିବା ସୁବାସିନୀ ଙ୍କୁ ଉଠାଇ ୧୦୮କୁ ଫୋନ କରି ସବଡେଗା ଡାକ୍ତରଖାନା କୁ ପଠାଇଥିଲେ l ଡାକ୍ତରଖାନା ରେ ସଜ୍ଞା ହୀନ ସୁବାସିନୀ କୁ ଡାକ୍ତର ପରୀକ୍ଷା କରିଲା ପରେ ଜଣା ପଡିଲା ଯେ ତାଙ୍କର ମୁଣ୍ଡ ପଛ ପଟେ ଶକ୍ତ ପ୍ରହାର ବାଜିଛି l ମୁଣ୍ଡ ର ପଛ ପଟ ଫାଟିଥିବା ଜଣା ପଡିଲା l ସେ ଚିକିତ୍ସା କରାଇବା ପରେ ତଲସରା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ପାଇ ତଲସରା ପୋଲିସ ଏହାର ତଦନ୍ତ ଚଳାଇ ଥିବା ସୂଚନା ମିଳିଛି l
ଭାଇବୋହୁ ଙ୍କୁ ଦେଢଶୁର ଲୁହା ଛଡ଼ ରେ ମାରାନ୍ତକ ଆକ୍ରମଣ, ତଲସରା ଥାନା ରେ ଏତଲା
|
June 21, 2026 |



