ବିପଦ ମୁହଁରେ ସୁବର୍ଣ୍ଣରେଖା ତଟର ୧୭୦ରୁ ଅଧିକ ଗାଁ

Spread the love
  •  
  •  
  •  
  •  
  •  

ଜଳେଶ୍ୱର, ୨୦/୧୨/୨୦୨୦ (ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ବାଲେଶ୍ୱର ଜିଲାରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀରୁ ପ୍ରତିଦିନ ବେଆଇନ ଭାବେ ଅବାଧ ବାଲି ଉଠାଣ ଚାଲିଛି । ଡର ଓ ଟ୍ରାକଟର ଆଦିରେ ପ୍ରତିଦିନ ୮ ହଜାର ଟ୍ରିପରୁ ଅଧୁକ ବାଲି ବାହାରକୁ ଚାଲାଣ ହେଉଛି । ଫଳରେ ନଦୀ ତଟରୁଅଢ଼ା ଖସୁଥିବାରୁ ୧୭୦ରୁ ଅଧିକ ଗାଁ ଅଛନ୍ତି ବିପଦ ମୁହଁରେ । ନଦୀ କୂଳ ଖାଇ ଖାଇ ଚାଲିଥିବାରୁ କେତେକ ଗାଁ ବି ଏହା ଗର୍ଭରେ ଲୀନ ହେବା ସ୍ଥିତିରେ ଅଛନ୍ତି । ନଦୀ‌ଶଯ୍ୟା ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଚାଲିଛି ।ଏନଜିଟିର ନିର୍ଦ୍ଦେଶକ୍ରମେ ସମ୍ପ ପମ୍ପ ଯୋଗେ ତଥା ନଦୀଗର୍ଭର ୫୦ ଫୁଟ ତଳୁ ବାଲି ଉଠାଣ ବନ୍ଦ ଥିବାବେଳେ ଏସ୍କାଭେଟରଦ୍ୱାରା ବାଜିମିଶା ପାଣି ଉଠାଯାଉଛି । ଏହି ବେଆଇନ ବାଲି ଉଠା ଘଟଣା ନେଇ ପ୍ରଶାସନ ପଦକ୍ଷେପ ନେଉ ନ ଥିବାରୁ ଅସନ୍ତୋଷ ବଢୁଛି ।ଜଲେଖଯୋଗ୍ୟ ଯେ ଉଭୟ ଓଡ଼ିଶା ଓ ପଶ୍ଚିମ ବଙ୍ଗରବାଲି ମାଫିଆ ଏହି ନଦୀରୁ ବାଲି ଉଠାଇ ମାଲାମାଲହେଉଥିବାବେଳେ ସରକାର ବିପୁଳ ରାଜସ୍ବ ହରାଉଛନ୍ତି।ସୁବର୍ଣ୍ଣରେଖା ନଦୀ ବାଲେଶ୍ଵର ଜିଲାର ଜଳେଶ୍ଵର, ବସ୍ତା, ବାଲିଆପାଳ ଓ ଭୋଗରାଇ ବ୍ଲକ ଦେଇ ପ୍ରବାହିତ ହେଉଛି । ଜଳେଶ୍ୱର ବ୍ଲକରେ ଏହା ପଶ୍ଚିମବଙ୍ଗ ଓ ଓଡ଼ିଶାର ସୀମା ଭାବେ ଚିହ୍ନଟ ହୋଇଛି । ନଦୀଟି ସମୟକ୍ରମେ ଓଡ଼ିଶା ପଟକୁ ବେଶି ମାଡ଼ିଆସି ତଟର ବିସ୍ତୃତ ଅଂଶକୁ ଗର୍ଭରେ ମିଶାଇଦେଇଛି । ଫଳରେ ନଦୀ ଶଯ୍ୟାରେ ଓଡ଼ିଶାର ଭାଗ ବେଶି । ମାତ୍ର ବଙ୍ଗ ବାଲି ମାଫିଆ ଅବାଧରେ ନଦୀରୁ ବାଲି ଉଠାଇଚାଲିଛନ୍ତି ।ଜଳେର ବ୍ଲକରେ ନଦୀରେ ୨୩ଟି ବାଲି ସୈରାତରହିଛି । ଏନଜିଟି ଓ ହାଇକୋର୍ଟର ନିର୍ଦ୍ଦେଶକ୍ରମେ ୧୭ଟିସୈରାତ ବନ୍ଦ ଥିବା ବେଳେ ୬ଟିରୁ ବାଲି ଉତ୍ତୋଳନହେଉଛି । ଏହାବ୍ୟତୀତ ବିଭିନ୍ତସ୍ତାନରୁ ବେଆଇନ ଭାବେପ୍ରତିଦିନ ବାଲି ଉଠାଯାଇ ଟ୍ରକ, ଟ୍ରାକ୍ଟର ଓ ତଦାତାପରିବହନ ହେଉଛି । ପ୍ରାୟ ୬ ହଜାର ଟ୍ରିପ ବାଲି ବାହାରକୁ ଚାଲାଣ ହେଉଛି । ସ୍କାଭେଟରଦ୍ୱାରା ବାଲି ଉରୋଳନ ଦେନିୟମ ହୋଇଥିବାବେଳେ ଏଥିରେ ବି ବାଲିମିଶା ପାଣି ଉଠାଯାଇ ବାହାରକୁ ପରିବହନ ହେଉଛି । ସେହିପରି ବାଲିଆପାଳ, ବସ୍ତା ଓ ଭୋଗରାଇ ବ୍ଲକର ପନ୍ତେଇ, ବିଷ୍ଣୁପୁର, ଭକପାଳ, କୁଦମାନସିଂ, ସୂର୍ଯ୍ୟପୁର ବଢ଼ାପାଳ, ଅସ୍ଥି ପାରୁଳିଆ ପାଳଇ, ଛୋଟଖାନପୁର ପାଳପଡ଼ା, ମାଳପୁର, ମଝିପଡ଼ା ଆଦିସ୍ଥାନରୁ ବେଆଇନ ଭାବେ ବାଲି ଉଠାଯାଉଛି । ଏସବୁ ସ୍ଥାନରୁ ପ୍ରତିଦିନ ପ୍ରାୟ ୨ ହଜାର ଟ୍ରିପ ବାଲି ଉଠାଯାଉଛି । ଫଳରେ ପ୍ରତିଦିନ ନଦୀର ବିଭିନ୍ନ ସ୍ଥାନରୁ ପ୍ରତିଦିନ ବେଆଇନ ଭାବେ ୮ ହଜାରରୁ ଊଦ୍ଧ ଟ୍ରିପ ବାଲି ଉଠାଯାଇ ବାହାରକୁ ଚାଲାଣ ହେଉଛି । ଅବାଧ ବାଲି ଉଠାଣ ପାଇଁ ସୁବର୍ଣ୍ଣରେଖା ନଦୀକୂଳବର୍ତ୍ତୀ ଜଳେଶ୍ୱର ବ୍ଲକର ୭୦ଟି ଗାଁ ନିକଟରୁ ଅତଡା ଖସି ଚାଲିଛି । ଅତଡ଼ା ଖସୁଥିବା ବିଭିନ୍ନ ପଞ୍ଚାୟତର ଗାଁ ସଂଖ୍ୟା ହେଲା ଗୋବରଘଟା-୪, ଲକ୍ଷ୍ମଣନାଥ-୨, ଜଳେଶ୍ବର ପୌରପାଳିକା-୩, ମହମ୍ମଦନଗର ପାଟଣା- – ୩, ରାଜପୁର- ୫, ରାମଚନ୍ଦ୍ରପୁର-୭, କୋଟସାହି- ୩, ପାଇସିଦା-୪, ଗଡସାହିବାଲିଆପାଳ-୪, ପଶ୍ଚିମବାର୍ଡ- ୩, ଝାଡ଼ପିମ୍ପଳ-୩, ବାଇଗଣବାଡିଆ-୪, ଖୁଦିଆମାଝିସାହି-୪, ମାକିଡିଆ- ୪, ଓଲମରାର ୩, ଶିଖରପୁର-୭, ଶ୍ରୀରାମପୁର-୬ଟି ଗାଁ । ଜଳସେଚନବିଭାଗପକ୍ଷରୁ କୋଟି କୋଟି ଟଙ୍କାର ପଥର ବନ୍ଧ ଓ ସ୍ତରନିର୍ମାଣ କରାଯାଇଥିଲେ ହେଁ ସବୁ ସ୍ଥାନରେ ତାହା ହୋଇନ ଥିବାରୁ ସେହିସବୁ ଗ୍ରାମ ପ୍ରତି ବିପଦ ସୃଷ୍ଟି ହୋଇଛି ।ସେହିପରି ଭୋଗରାଇ ବ୍ଲକର ୩୦ରୁ ଊଦ୍ଧ, ବସ୍ତା ବ୍ଲକର୬ଟି ପଞ୍ଚାୟତର ୧୮ରୁ ଉଦ୍ଧ ଗାଁ ନିକଟରେ ନଦୀ ତଟରୁଅତଡ଼ା ଖସୁଛି । ନଦୀ କୂଳ ଖାଇ ଖାଇ ଚାଲିଥିବାରୁବାଲିଆପାଳ ବ୍ଲକର ୨୮ ପଞ୍ଚାୟତ ମଧ୍ୟରୁ ୧୦ଟିପଞ୍ଚାୟତ ସୁବର୍ଣ୍ଣରେଖା ନଦୀ ବନ୍ୟାରେ ପ୍ରଭାବିତହୋଇଥାଏ। ଏହି ୧୦ ପଞ୍ଚାୟତର ୫୨ରୁ ଅଧିକ ଗାଁବିପଦ ମୁହଁରେ ଅଛନ୍ତି । ବିଷ୍ଣୁପୁର ପଞ୍ଚାୟତର ସମସ୍ତ ଗାଁପାଣି ଘେରରେ ରହିଥାଏ। ସେହିପରି ଅସ୍ତି, ନିଖୁରା, କୁମ୍ଭାରୀ, ଶ୍ରୀରାମପୁର, ଘଣ୍ଡୁଆ, ବାଲିଆପାଳ, ଜାମକୁଣ୍ଡା, ମଧୁପୁରା, ଚଉମୁଖ ପଞ୍ଚାୟତର କେତେକ ଗାଁ ସୁବର୍ଣ୍ଣରେଖା ବନ୍ୟାରେପ୍ରଭାବିତ ହୋଇଥାଏ। ବିଭିନ୍ନ ବର୍ଷର ବନ୍ୟାରେ ବିଷ୍ଣୁପୁରପଞ୍ଚାୟତର ୨ ଶହରୁ ଅଧୁକ ପରିବାରର ଘର ସୁବର୍ଣ୍ଣରେଖା ନଦୀରେ ମିଶିଯାଇଛି । ଚଉମୁଖ ପଞ୍ଚାୟତର କଙ୍କଡାପାଳ ଗାଁର ୪୦ରୁ ଅଧିକ ଘର ନଦୀରେ ଲିନ ହୋଇସାରିଛି । ଏ ପରିପ୍ରେକ୍ଷୀରେ ନଦୀରୁ ବେଆଇନ ବାଲି ଉଠାଣ ବନ୍ଦ କରିବାକୁ ବାଲେଶ୍ୱର ଜିଲା ପ୍ରଶାସନ ବିହିତ ଆଁଶୁ ପଦକ୍ଷେପ ନେବାକୁ ସାଧାରଣରେ ଦୃଢ଼ ଦାବି ହୋଇଛି ।

Related Posts

About The Author

Add Comment