ବିଜୁ ବାବୁଙ୍କ ଜନ୍ମ ଜୟନ୍ତି ଅବସରରେ ପଂଚାୟତ ଦିବସ ପାଳନ

Spread the love
  •  
  •  
  •  
  •  
  •  

ଯାଜପୁର ସଦର, ୦୭ା୦୩: ଯାଜପୁର ଜିଲ୍ଲାର ବିଭିନ୍ନ ପାଂୟତରେ ବିଜୁ ଜନତା ଦଳ ପକ୍ଷରୁ ପବାଦ ପୁରଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଯାଜପୁର ଜିଲ୍ଲା କର୍ମି ଏବଂ ବିଧାୟକ ଏବଂ ବିଦାୟୀକା ମାନେ ବିରାଟ ପଟୁଆରରେ ବାହାରି ସାକେଲ ଶୋଭାଯାତ୍ର କରିବା ସହିତ ବିଜୁବାବୁଙ୍କ ପ୍ରତିମୃତ୍ତିରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପଂଚାୟତ ଦିବସକୁ ମନେ ପକାଇବା ପାଇଁ ବିଜୁ ବାବୁଙ୍କ ଜନ୍ମ ଜୟନ୍ତି ଅବସରରେ ବିଜୁ ଜନତା ଦଳର କର୍ମି ମାନେ ୧୦୮ ତମ ଜୟନ୍ତି ଉତ୍ସବ ପାଳନ କରାଯାଇଥିଲା । ସେହିପରି ବରୀ ନିର୍ବାଚନ ମଣ୍ଡଳୀର ସୁନାମଧନ୍ୟ ବିଧାୟୀକା ସୁନନ୍ଦା ଦାସ ବିରାଟ ପଟୁଆରରେ ବାହାରୀ ମହିଳା ଏବଂ ପୁରଷ କର୍ମି ମାନେ ହାତରେ ଦଳିୟ ପତକା ଧରି ସନ୍ଥନ ମଠ ନିକଟରୁ ବରୀ ମାଉଣ୍ଡ ଜାଗୁଳାଇ ପିଠ ପର୍ଯ୍ୟନ୍ତ ପଦଯାତ୍ରାରେ ଶ୍ରୀମତୀ ଦାସ ବାହାର କରି ବିଜୁ ବାବୁ ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲେ । ଏହି ପଦଯାତ୍ରାରେ ଯୋଦେଇଥିବା ବିଧାୟିକ ସହିତ ମହିଳା ସଭାପତି ବୈଜୟନ୍ତୀ ମିଶ୍ର, ବରୀ ବ୍ଲକ ଉପାଦକ୍ଷା ଅର୍ଚ୍ଚନା ମଲିକ, ରସୁଲପୁର ବ୍ଲକ ଉପାଦକ୍ଷା ଜୟନ୍ତୀ ଦାସ, ବରୀ ବ୍ଲକ ସଭାପତି କେଦାର ସାମଲ, ରଂଜନ ପଣ୍ଡା, ସମାଜସେବୀ ଅରବିନ୍ଦ ମହାନ୍ତି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଚତୃଭୂଜ ଦ୍ୱିବେଦୀ, ବ୍ରହ୍ମବରଦାର ଯୁବନେତା ରାକେଶ ଦେଓ, ଦଳିତ ସେଲର ସଭାପତି ଦୁଷ୍ମନ୍ତ ସେଠି, ସଭାପତି କୁଳମଣି ମଲିକ, ରମାକାନ୍ତ ମଲିକ ବିଭିନ୍ନ ପଂଚାୟତର କର୍ମିମାନେ ଯୋଗଦାନ କରିଥିଲେ । ମାନନୀୟା ବିଧାୟୀକା ବିଜୁବାବୁ ଅମର ରହେ କର୍ମିମାନେ ସ୍ଲୋଗାନ କରିଥିଲେ । ସେହିପରି ରାଜ୍ୟ ସମ୍ପାଦକ ଯୁବନେତା ବିଶ୍ୱରଂଜନ ମଲିକଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା ବାହାରି ବିଜୁ ଜୟନ୍ତୀ ପାଳନ କରଯାଇଥିଲା । ଏହି ଅବସରରେ ଯୁବନେତା ଶ୍ରୀ ମଲିକ କର୍ମି ମାନଙ୍କ ଗହଣରେ ବିରାଟ ପଟୁଆରରେ ଆସି ଶ୍ରୀ ମଲିକ ଦୂର୍ଗା ପଡ଼ିଆ ମଞ୍ଚ ନିକଟକୁ ଆସିଥିବା ବେଳେ, ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ ଗେଡ଼ି, ଦିଲିପ ମହାନ୍ତି, ସନ୍ତୋଷ ସାମଲ ବିଭିନ୍ନ ପଂଚାୟତର ଲୋକ ପ୍ରତିନିଧି ମାନେ ଯୋଗଦାନ କରିଥିଲେ ।

Related Posts

About The Author

Add Comment