ବିଗତ ଦିନର ବାଇକ ଦୁର୍ଘଟଣା କୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା, ଘଟଣା ତଦନ୍ତ ଘେରରେ

Spread the love
  1. ସୁନ୍ଦରଗଡ ତା:୧୧/୫/୨୦୨୬( ସନ୍ଧାନ ନ୍ୟୁଜ) ଗତ ୨୭ ତାରିଖରେ  ପ୍ରାୟ ରାତ୍ରି ୮ଟା ୧୫ ମିନିଟ ସମୟେ ସାଗବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କହ୍ନେଇ ଘରା( ରତନ ପଡ଼ା)  ଗ୍ରାମର  ଅରବିନ୍ଦ କୁଜୁର(୨୧ବର୍ଷ) ପିତା ସ୍ବର୍ଗତ ସୁବାସ କୁଜୁର ଙ୍କ ଘରକୁ  କୁକୁଡ଼ା କିଣିବା  ପାଇଁ ଇସାକ ତିର୍କୀ ଓ ବୁଧୁ ତିର୍କୀ ଆସିଥିଲେ । କୁକୁଡ଼ା ଓଜନରେ ବ୍ୟତିକ୍ରମ ହେବା କାରଣରୁ ସେମାନେ ମନୋଜ ବାଡା ଘରକୁ କୁକୁଡ଼ା ଓଜନ କରିବାକୁ ଗଲେ ହେଲେ ସ୍ଥାନରେ କୁକୁଡ଼ା ଓଜନ ନ କରି ମନୋଜ ବାଡା ବିଗତ ଦିନର ଘଟଣାକୁ ନେଇ ଅରବିନ୍ଦ କୁଜୁର ସହିତ ଝଗଡା ସୃଷ୍ଟି କରିଥିଲେ । ଘଟଣା ସମୟରେ ଇଶାକ ତିର୍କୀ ସମାଧାନ କରିବା ହିସାବରେ ଅରବିନ୍ଦ କୁଜୁର ଙ୍କୁ ଘରକୁ ପଠାଇଥିଲେ । ଘରକୁ ଆସିବା ପରେ ମନୋଜ ବାଡାଙ୍କ ଘରେ ହୋଇଥିବା ଝଗଡା କୁ ନିଜ ସ୍ତ୍ରୀ ଙ୍କୁ ଜଣାଇଲା ଓ ତାଙ୍କ ମାଆ ଓ ଆଇ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଥିବାବେଳେ ତାଙ୍କୁ ଫୋନ ଯୋଗେ କଥା ହୋଇ ହୋଇ ଘରୁ ବାହାରକୁ ବାହାରି ଥିଲା । ରାତ୍ରି ସମୟରେ ଫୋନ ରେ କଥା ହୋଇ ହୋଇ ବାହାରିଲା ପରେ ସେ ଆଉ ଘରକୁ ଫେରିନି । ଭୋର ସକାଳ ସମୟରୁ ତାଙ୍କ ସ୍ତ୍ରୀ ବହୁତ୍ ଖୋଜାଖୋଜି କରିବା ସହିତ ତାଙ୍କ ଫୋନ୍ ବନ୍ଦ ହୋଇଥିବା ଜଣାପଡ଼ିଲା ।ଏଥି ଭିତରେ ଦୁଇଦିନ ବିତିଯାଇ ଥିବା ବେଳେ ୩୦ ତାରିଖ ସନ୍ଧ୍ୟା ସମୟରେ ଗାଈଗୋରୁ ଘରକୁ ଆଣୁଥିବା ସମୟରେ ଏକ ଶବ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଲା ।ଘଟଣା କୁ କେନ୍ଦ୍ରକରି ବନଡେଗା ଫାଣ୍ଡି କୁ ଅବଗତ କଲାପରେ ଘଟଣା ସ୍ଥଳେ ପୋଲିସ ଓ ଅଗ୍ନିଶମ ବିଭାଗ ଙ୍କ ସହାୟତାରେ ଶବକୁ ପୋଖରୀରୁ ଉଦ୍ଧାର କରାଯାଇଥିଲା ।ପୋଖରୀରୁ ଶବ ବାହାରିଲା ପରେ ତାହା ଅରବିନ୍ଦ କୁଜୁର ବୋଲି ତାଙ୍କ ସ୍ତ୍ରୀ ଶ୍ରୀମତି ତାରାନି କାଛୁଆ ଚିହ୍ନଟ କରିଥିଲେ । ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ  ପଠାଯାଇଥିଲା । ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଗଲା ।ସୂଚନା ଅନୁସାରେ ମୃତକ ପରିବାର ଲୋକେ ଏହା ଏକ ହତ୍ୟା ଘଟଣା ବୋଲି ତଳସରା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଲିଖିତ ଅଭିଯୋଗ କୁ ନେଇ ତଳସରା ପୋଲିସ ତଦନ୍ତ ଚଳାଇଥିବା ସୂଚନା ରହିଛି ।

Related Posts

About The Author

Add Comment