ସୁନ୍ଦରଗଡ ତା:୬/୭/୨୦୨୬ (ସନ୍ଧାନ ନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା, ବାଲିଶଙ୍କରା ବ୍ଲକ, ବେହେରାଡିହି ଗ୍ରାମପଞ୍ଚାୟତର ଜଡ଼ାକୁଦର ଗ୍ରାମର ଜନସାଧାରଣଙ୍କ ଦୀର୍ଘଦିନର ଦାବି ! ପତକିଜୋର ପି.ଡବ୍ଲୁ.ଡି ରୋଡ୍ ଠାରୁ ଠେଲକୋବୁଡ଼ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତା ଆଜି ବି ଅବହେଳିତ ! ବର୍ଷାଦିନରେ ଏହି ରାସ୍ତାରେ ଯାତାୟାତ କରିବା ଅତ୍ୟନ୍ତ କଷ୍ଟକର ହୋଇପଡ଼େ! ଛାତ୍ରଛାତ୍ରୀ, ଚାଷୀ, ରୋଗୀ ଏବଂ ସାଧାରଣ ଲୋକ ପ୍ରତିଦିନ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ! ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କୁ ଅନେକ ଥର ଅନୁରୋଧ କରାଯାଇଥିଲେ ମଧ୍ୟ ପ୍ରଶାସନ ନିରବ ଦ୍ରଷ୍ଟା ସାଜିଛି । ବାଲିସଙ୍କରା ବ୍ଲକ ରେ ଅନେକ ଉନ୍ନତି ମୂଳକ କାର୍ଯ୍ୟରେ ଲକ୍ଷ୍ ଲକ୍ଷ୍ ଟଙ୍କା ଖର୍ଚ୍ଚ ହେଉଛି ହେଲେ ଏହି ରାସ୍ତା ଆଜି ମଧ୍ୟ ପଡ଼ି ରହିଛି । ଅଞ୍ଚଳ ଲୋକେ ଏହି ରାସ୍ତାର ତୁରନ୍ତ ସର୍ଭେ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦାବି ଜଣାଇଥିବା ସୂଚନା ମିଳିଛି । ଏକ ଭଲ ରାସ୍ତା କେବଳ ଯାତାୟାତର ସୁବିଧା ନୁହେଁ, ବରଂ ଗ୍ରାମର ବିକାଶର ମୂଳଦୁଆର ! ଦେଖିବାକୁ ବାକି ରହିଲା ବିକଶିତ ଗାଁ ସହିତ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଚାଲିଥିବା ବେଳେ ବେହେରାଡିହି ଗ୍ରାମପଞ୍ଚାୟତର ଜଡ଼ାକୁଦର ଗ୍ରାମର ଜନସାଧାରଣଙ୍କ ବିକାଶ କେବେ ହେବ?
ବିକଶିତ ଗାଁ ସହିତ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଆଜି ମଧ୍ୟ ଏକ ଯୁମଲା, ଗାଁ ରେ ବିକାଶ ଆଜି ମଧ୍ୟ ଅପହଞ୍ଚ
|
July 6, 2026 |



