ତିହିଡି ୪/୫/୨୬ (ସନ୍ଧାନ ନ୍ୟୁଜ ) ତିହିଡି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ର ଜିଝାରପୁର ଗୋଟିଏ ଛୋଟ ଗାଁ। ଏହି ଗ୍ରାମର ଭରତ ଚନ୍ଦ୍ର ସାହୁ ଓ ବାସନ୍ତୀ ଲତା ସାହୁ ଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ ଗୌରାଙ୍ଗ।୧୯୯୯ ମସିହା ରେ ରାମାନୁଜ ବିଦ୍ୟାପୀଠ ପାଳିଆ ରୁ ମେଟ୍ରିକ୍ ପାସ୍ କରି କଲେଜ ପଢୁଥିବା ସମୟରେ ଭାରତୀୟ ସେନା ବାହିନୀ ରେ ୨୦୦୪ ଏପ୍ରିଲ ମାସରେ ଯୋଗ ଦେଇଥିଲେ। ଜମ୍ମୁ କାଶ୍ମୀର ଭଳି ରାଜ୍ୟ ରେ ତାଙ୍କ ଚାକିରି ଜୀବନ ଆରମ୍ଭ କରିଥିଲେ ଗୌରାଙ୍ଗ। ତାଙ୍କର ଗୋଟିଏ ଭାଇ ମଧ୍ୟ ଅଛନ୍ତି।୨୦୨୬ ଏପ୍ରିଲ୍ ମାସରେ ସେ ଅବସର ଗ୍ରହଣ କରି ଗାଁ କୁ ଫେରିଲା ବେଳେ ପାଳିଆ କଲେଜ ଛକ ରେଶ୍ରୀଯୁକ୍ତ ସୁଧନ୍ଵା ନାୟକ ଙ୍କ ନେତୃତ୍ୱ ରେ ଶହ ଶହ ଯୁବକ ତାଙ୍କୁ ସ୍ବାଗତ କରିବା ସହିତ ଏକ ବିରାଟ ମଟର ସାଇକେଲ ରାଲି ରେ ବିରଞ୍ଚି ନାରାୟଣ ମନ୍ଦିର ପରିସର କୁ ଆଣି ଥିଲେ। ଶ୍ରୀଯୁକ୍ତ ସଞ୍ଜୀବ ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସ୍ବାଗତ ସଭାରେ ବରିଷ୍ଠ ସେନା ବାହିନୀ ଅଧିକାରୀ ଧନେଶ୍ୱର ବିଶ୍ୱାଳ, ନିରଞ୍ଜନ ନାୟକ, ତାପସ ଦାଶ, ଧନେଶ୍ଵର ମହାନ୍ତି , ନିମାଇଁ ଚରଣ ସାହୁ, ଦିଗମ୍ବର ଦାସ, ପ୍ରବୀର କୁମାର ନାୟକ ଯୋଗ ଦେଇ ଗୌରାଙ୍ଗ ଚରଣ ସାହୁ ଙ୍କ ସଂପର୍କ ରେ ଆଲୋଚନା କରି ଥିଲେ। ଅବସର ପରେ ମୁଁ ମୋ ଗାଁ ମାଟିର ସେବା କରିବି ବୋଲି ଆମ ସାମ୍ୱାଦିକ ସତ୍ୟବ୍ରତ ନାୟକ ଙ୍କୁ ସେ ସୂଚନା ଦେଇଥିଲେ। ଭାରତ ମାଟି ର ସେବା କରି ଗାଁ କୁ ଫେରିଥିବା ଗୌରାଙ୍ଗ ସାହୁ ଙ୍କୁ ନିୟୁଜ ସନ୍ଧାନ ର ଶୁଭେଚ୍ଛା ଓ ଅଭିନନ୍ଦନ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।
ଭାରତୀୟ ସେନା ବାହିନୀ ରୁ ଅବସର ଗ୍ରହଣ କଲେ ଗୌରାଙ୍ଗ ଚରଣ ସାହୁ।
|
May 4, 2026 |



