ସୁନ୍ଦରଗଡ଼ ତା:୧୦-୦୭-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଆଜି ବାଲିଶଙ୍କରା ସେଣ୍ଟ୍ରାଲ ବ୍ୟାଙ୍କ ରୁ ଜଣେ ଟଙ୍କା ବାହାର କରି ଚାନ୍ଦଲି ମାଲ ଛକ ହୋଟେଲ ପାଖରେ ଠିଆ ହୋଇ ଥିବା ବେଳେ ଦୁଇ ଜଣ ଅଜଣା ଯୁବକ ଏକ ବାଇକ ଯୋଗେ ଆସି ଟଙ୍କା ଲୁଟି ଫେରାର ହୋଇଥିବା ନେଇ ତଲସରା ଥାନା ରେ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି l ସୂଚନା ଅନୁସାରେ ତଲସରା ଥାନା ଅନ୍ତର୍ଗତ ପତେଇମୁଣ୍ଡା ଗ୍ରାମ ର ଲଳିତ ମହାକୁଳ ତାଙ୍କର ଏକ ଘର ତିଆରି କରୁଛନ୍ତି l ଘର କାମ କରୁଥିବା ମିସ୍ତ୍ରୀ ଏବଂ ମଜୁରିଆ ମାନଙ୍କୁ ମଜୁରୀ ଟଙ୍କା ଦେବା ତଥା ଅନ୍ୟାନ୍ୟ ଘର କାମ ର ଜିନିଷ କିଣିବା ପାଇଁ ବାଲିଶଙ୍କରା ସେଣ୍ଟ୍ରାଲ ବ୍ୟାଙ୍କ କୁ ଯାଇ ବ୍ୟାଙ୍କ ରୁ ଏକ ଲକ୍ଷ ଟଙ୍କା ବାହାର କରି ଚାନ୍ଦଲି ମାଲ ଛକ ପାଖରେ ଥିବା ଏକ ହୋଟେଲ ପାଖରେ ଠିଆ ହୋଇଥିବା ବେଳେ ଏକ ଅଜଣା ବାଇକ ରେ ଦୁଇ ଜଣ ଅଜଣା ଦୁର୍ବୁତ୍ତ କଳା ରଙ୍ଗ ର ପୋଷାକ ସହିତ ମୁହଁ ରେ ମୁଖା ଲଗାଇ ଆସି ଲଳିତ ମହାକୁଳ ବ୍ୟାଙ୍କ ରୁ ବାହାର କରିଥିବା ଟଙ୍କା ଲୁଟି ଆଖି ପିଛୁଳାକେ ଛତିଶଗଡ ଆଡକୁ ପଳେଇ ଗଲେ l ଏ ନେଇ ଆଜି ଲଳିତ ମହାକୁଳ ତଲସରା ଥାନା ରେ ଏକ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛି l ଲିଖିତ ଅଭିଯୋଗ ପାଇ ତଲସରା ପୋଲିସ ଏକ ମାମଲା ରୁଜୁ କରି କଡା କଡ଼ି ତଦନ୍ତ କରୁଥିବା ସୂଚନା ମିଳିଛି l
ବାଲିଶଙ୍କରା ସେଣ୍ଟ୍ରାଲ ବ୍ୟାଙ୍କ ରୁ ଜଣେ ଟଙ୍କା ବାହାର କରି ହୋଟେଲ ପାଖରେ ଠିଆ ଥିଲା ବେଳେ ଟଙ୍କା ଲୁଟ
|
July 10, 2026 |



