ପ୍ରଶାସନ ନୀରବ, ଅଞ୍ଚଳବାସୀ ନିର୍ମାଣ କଲେ ଅସ୍ଥାୟୀ ପୋଲ

Spread the love

ସୁନ୍ଦରଗଡ଼ ତା:୨୩-୦୮-୨୦୨୬ରିଖ (ସନ୍ଧାନ ନ୍ୟୁଜ )ବାଲିଶଙ୍କରା ବ୍ଲକ କୁରେଇ ଗ୍ରାମ ପଞ୍ଚାୟତ ର ଜାମଦରହ ଗ୍ରାମ ବାଗଲତା ପଡା ର ଦୁର୍ଦଶା କହିଲେ ନ ସରେ l ମାଷ୍ଟର ପଡା ଓ ବାଗଲତା ବଣ ପାହାଡ଼ ଭିତରେ ଅନାଦି କାଳରୁ ଏହି ଦୁଇ ପଡାବାସି ବସବାସ କରୁଛନ୍ତି l ଏହି ଦୁଇ ପଡାରେ ୨୫ପରିବାର ବସବାସ କରୁଥିବା ବେଳେ ପ୍ରାୟ ୧୫୦୦ରୁ ଅଧିକ ଜନ ସଂଖ୍ୟା ଏହି ପଡାରେ ରହିଛି l ଲୋକଙ୍କ ଯିବା ଆସିବା ପାଇଁ ପ୍ରାୟ ୧୫ବର୍ଷ ପୂର୍ବରୁ ରାସ୍ତା ଉପରେ ପୋଲ ନିର୍ମାଣ ହୋଇ ଥିଲା କିନ୍ତୁ ଚଳିତ ବର୍ଷ ର ଲଗାଣ ବର୍ଷା ରେ ଧସି ଯିବା ଯୋଗୁଁ ଲୋକେ ଏହି ରାସ୍ତା ରେ ଯିବା ଆସିବା ପାଇଁ ଅସୁବିଧା ହେଉଥିଲା l ଗ୍ରାମବାସି ପ୍ରଶାସନ କୁ ଜଣାଇଥିଲେ ମଧ୍ୟ ଜାଣିଶୁଣି ନିରବ ରହିଥିବା ସୂତ୍ରରୁ ପ୍ରକାଶ l ଶେଷରେ ଗ୍ରାମବାସି ମିଶି ଶ୍ରମଦାନ କରି ମାଟି, ଗଛ ଦେଇ ପୋଲ ନିର୍ମାଣ କରିଥିବା ସୂଚନା ମିଳିଛି l ବିଶେଷ କରି ବର୍ଷା ସମୟ ହୋଇଥିବା କାରଣରୁ ପାଠପଢ଼ା ସହିତ ଚିକିତ୍ସାକୁ ନେଇ ଅନେକ ସମସ୍ୟା ଦେଖାଦେଉଥିବା ଜଣାପଡିଛି । ତାସହିତ ଚାଷ ଉପରେ ଏକ ପ୍ରକାର ଚଡ଼କ ପଡ଼ିଥିବା ଚାଷୀ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଏହାର ସମାଧାନ କରା ନ ଗଲେ ଚାଷୀ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିବା ସୂଚନା ରହିଛି ।

Related Posts

About The Author

Add Comment