ପୂର୍ବତ ବିଧାୟକ ଦେବାଶିଷ ନାୟକ କଂଗ୍ରେସ ରେ ଯୋଗଦେଲେ

Spread the love
  •  
  •  
  •  
  •  
  •  

ଯାଜପୁର ସଦର, ୦୫ା୦୫: ଯାଜପୁର ଜିଲ୍ଲା ବରୀ ନିର୍ବାଚନ ବିଧାୟକ ଏବଂ ମନ୍ତ୍ରୀ ଦେବାଶିଷ ନାୟକ ଫ୍ରେବୃଆରୀ ୨୫ତାରିଖରେ ବିଜେଡ଼ିରୁ ଇସ୍ଥଫାଦେଇ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଭାରତୀୟ ଜନତା ପାର୍ଟିରୁ ବହୁ ଆଶାୟୀ ବରୀ ଟିକେଟ ପାଇଁ ରହିଥିବା ବେଳେ, ତାହା ମଧ୍ୟରେ ଦେବାଶିଷ ନାୟକ ଟିକେଟ ଲବିରେ ଥିଲେ । ଯାହାକି ଭାରତୀୟ ଜନତା ପାର୍ଟୀ ତରଫରୁ ଉମେଶ ଜେନାଙ୍କୁ ଟିକେଟ ଦେବାରୁ ପୂର୍ବତନ ବିଧାୟକ ଦେବାଶିଷ ନାୟକ ସ୍ୱାଧିନରେ ନିର୍ବାଚନ ଲଢ଼ିବା ପାଇଁ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପାଇଁ ବରୀ ନିର୍ବାଚନ ମଣ୍ଡଳୀରୁ ୪୭ ପଂଚାୟତର ଜନସାଧାରଣ ଶ୍ରୀ ନାୟକଙ୍କ ଉପରେ ଭରଷା କରିଥିଲେ । ବରୀ ମାଟିର ସେବା କରିବାପାଇଁ ଶ୍ରୀ ନାୟକ ଶପଥ ନେଇଥିବା ବେଳେ, ବରୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥି ନାରୀ ନେତ୍ରୀ ଆରତୀ ଦେଓଙ୍କୁ ଟିକେଟ ଦେଇଥିଲେ । ଶ୍ରୀମତୀ ଦେଓ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ, ବରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତକୁ ଯାଇ କର୍ମି ମାନଙ୍କୁ ଭେଟିବା ସହିତ ନିର୍ବାଚନ ରଣାଙ୍ଗନରେ ଶ୍ରୀମତୀ ଦେଓ ଅବର୍ତ୍ତିନ ହୋଇଛନ୍ତି । ଆଜି ପୁଣ ପୁର୍ବତନ ବିଧାୟକ ମନ୍ତ୍ରୀ ଜାତୀୟ କଂଗ୍ରେସରେ ଯୋଗଦେଇ କଂଗ୍ରେସ ପ୍ରଭାରି ଅଜୟ କୁମାର ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ବରିଷ୍ଟନେତା ମାନଙ୍କ ଗହଣରେ ଶ୍ରୀ ନାୟକ ଯୋଗଦେଇ ଜାତୀୟ କଂଗ୍ରେସର ଉତ୍ତିରୀକୁ ଟୋପି ପିନ୍ଧିଥିଲେ । ବରୀ ନିର୍ବାଚନ ମଣ୍ଡଳୀର ରାଜନିତି ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ, ଯାହାକି ଦେବାଶିଷ କଂଗ୍ରେସରେ ଯୋଗଦେଲେ ତାହା ଦେଖିବାକୁ ବାକି ରହିଲା ।

Related Posts

About The Author

Add Comment