ଯାଜପୁର, ୧୦/୮/୨୬ (ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବାଲିଚନ୍ଦ୍ରପୁର ପୁଷ୍ପଗିରି ପ୍ରେସ୍ ଫୋରମର ୧୬ ତମ ବାର୍ଷିକ ଉତ୍ସବ ବାଲିଚନ୍ଦ୍ରପୁର କଲ୍ୟାଣ ମଣ୍ଡପ ଅବସରରେ ଅନୁଷ୍ଠିତ କରାଯାଇଥିଲା । ପ୍ରେସ୍ ଫୋରମର ସଭାପତି ସୁମନ୍ତ କୁମାର ଭୂୟାଁଙ୍କ ସଭାପତିତ୍ଵରେ ଅନୁଷ୍ଠିତ କରାଯାଇଥିବା ବେଳେ ଯାଜପୁର ଜିଲ୍ଲାର ବିଭିନ୍ନ ପ୍ରେସ୍ କ୍ଲବକୁ ସମ୍ୱର୍ଦ୍ଧିତ କରାଯାଇଥିବା ବେଳେ ପୁଷ୍ପଗିରି ପ୍ରେସ୍ ଫୋରମ ପକ୍ଷରୁ ଅତିଥି ମାନଙ୍କୁ ଉପଢୋକନ ମାନପତ୍ର ଦିଆଯାଇଥିଲା । ଏହି ଅବସରରେ କୃତିତ୍ଵ ଅର୍ଜନ କରଥିବା ବିଶିଷ୍ଠ ବ୍ୟକ୍ତି ମାନଙ୍କୁ ସମ୍ବନ୍ଧିତ କରିଥିଲେ । ସେହିପରି ଯାଜପୁର ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧି ମାନଙ୍କୁ ଉପଢୋକନ ମାନପତ୍ର ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବନ୍ଧିତ କରାଯାଇଥିଲା । ଓୟୁଜେର ରାଜ୍ୟ ସଭାପତି ପ୍ରଶନ୍ନ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ଓୟୁଜେର ରାଜ୍ୟ ସଂପାଦକ କିସାନ କୁମାର ରାଉତ ଯୋଗ ଦେଇଥିବା ବେଳେ ଯାଜପୁର ମିରର ସଂପାଦକ ଅଭୟ କୁମାର ପତି ଯୋଗଦାନ କରି ତାଙ୍କର ବକ୍ତବ୍ୟ ରଖିଥିବା ବେଳେ ପୁଷ୍ପଗିରି ପ୍ରେସ୍ ଫୋର ଫୋରମର ସଦସ୍ୟ ମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ସେହିପରି ଯାଜପୁର ସମ୍ମାନୀୟ ଅତିଥି ଆରକ୍ଷୀ ଅଧ୍ୟକ୍ଷକ ଶିତିକଣ୍ଠ କାନୁନଗୋ ଯୋଗଦାନ କରି ତାଙ୍କର ବକ୍ତବ୍ୟ ରଖିଥିବା ବେଳେ ମୁଖ୍ୟ ଅତିଥି ମଞ୍ଜୁଲତା ଶତପଥୀ ଯୋଗଦେବା ସହିତ ଗଣତନ୍ତ୍ରତ ଚତୁର୍ଥ ସ୍ତମ୍ବକୁ ପ୍ରଶଂସା କରିବା ସହିତ ଶ୍ରୀମତୀ ଶତପଥୀ ତାଙ୍କର ବକ୍ତବ୍ୟ ରଖିଥିଲେ । ମୁଖ୍ୟ ବକ୍ତା ରାଜ୍ୟ ସଭାପତି ପ୍ରଶନ୍ନ କୁମାର ମହାନ୍ତି ସାମ୍ବାଦିକ ମାନଙ୍କୁ ସତର୍କ ରହିବା ଲାଗି ଆୟୁଷ୍ମାନ ଭାରତ କାର୍ଡ଼ ସାମ୍ବାଦିକ ମାନେ ବର୍ଜନ କରିବା ପାଇଁ ପରାମର୍ଶ ଦେବା ସହିତ ଗୋପବନ୍ଧୁ ସ୍ୱାସ୍ଥ୍ୟବିମା ଯୋଜନାରେ ସାମ୍ବାଦିକ ମାନଙ୍କୁ ଅର୍ନ୍ତଭୁକ୍ତ କରିବା ପାଇଁ ସରକାରଙ୍କୁ ଚେତାବନୀ ଦେଇଥିଲେ । ରାଜ୍ୟ ସରକାର ସାମ୍ବାଦିକ ମାନଙ୍କୁ ତୁରନ୍ତ ପେନସନ୍,ଆକ୍ରିଡେସନ ସାମ୍ବାଦିକ ମାନଙ୍କୁ ପ୍ରୋଟେକ୍ସନ ଦେବାଲାଗି ଚେତାବନି ଦେଇଥିଲେ । ରାଜ୍ୟ ସରକାର ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବିମା ଯୋଜନା ଦେବାଲାଗି ଶ୍ରୀ ମହାନ୍ତି ଚେତାବନି ଦେଇଥିଲେ । ଏହି ଅବସରରେ ଶିଶୁ ପ୍ରବଚକ ପ୍ରେସ୍ ଫୋରମର ସଂପାଦକ ରାକେଶ କୁମାର ବାରିକ୍ ସଂପାଦକିୟ ବିବରଣୀ ପାଠ କରିଥିଲେ । ପୁଷ୍ପଗିରି ପ୍ରେସ୍ ଫୋରମର ସଦସ୍ୟମାନେ ଲୋକମାନଙ୍କ ସେବାରେ ବନ୍ୟା,ବାତ୍ୟା, ମରୁଡି କିମ୍ବା ଗରିବ ଲୋକମାନଙ୍କୁ ସହାୟତାର ହାତ ବଢାଇଥିବା ପ୍ରେସ୍ ଫୋରମ ପକ୍ଷରୁ ହୋଇଥିବା କାର୍ଯ୍ୟ ଗୁଡିକ ଉପରେ ବକ୍ତବ୍ୟ ରଖିଥିଲେ । ଦୈନିକ ସମ୍ବାଦ ପତ୍ର ସାହାଣ ମେଲା ଜିଲ୍ଲା ପ୍ରତିନିଧି ଗୋପିନାଥ ଦାଶଙ୍କୁ ପ୍ରେସ ଫୋରମ ପକ୍ଷରୁ ଉପଢୋକନ ମାନପତ୍ର ପୁଷ୍ପଗୁଚ୍ଛ ଦିଆଯାଇଥିଲା ।ଏହି ବାର୍ଷିକ ଉତ୍ସବରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଏହି ଉତ୍ସବରେ ଯୋଗଦାନ କରିଥିଲେ ।
ପୁଷ୍ପଗିରି ପ୍ରେସ୍ ଫୋରମର ୧୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
|
August 10, 2026 |



