ପାଇକରାପୁର ରେ ୭ମ ବାର୍ଷିକ ତାରିଣୀ ଯଜ୍ଞ।

Spread the love
  •  
  •  
  •  
  •  
  •  

ଜେନାପୁର/୮/୬ (ସନ୍ଧାନ ନିୟୁଜ୍):ଧର୍ମଶାଳା ବ୍ଲକ ଅନ୍ତର୍ଗତ ରେଖିଦେଇପୁର ପଞ୍ଚାୟତ ଅଧୀନ ପାଇକରାପୁର ଗ୍ରାମରେ ଚଳିତ ମାସ ୫ ତାରିଖ ଠାରୁ ୮ ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପି ମା ତାରିଣୀ ଙ୍କ ୭ ମ ବାର୍ଷିକ ଯଜ୍ଞ ମହା ଆଡମ୍ବରରେ ଅନୁଷ୍ଠିତ ହେଉଛି। ଏହି ଯଜ୍ଞ ଉତ୍ସବ ରେ ସୋମବାର ଏକ ବିରାଟ କଳସ ଶୋଭାଯାତ୍ରାରେ ବ୍ରାହ୍ମଣୀ ନଦୀ ରୁ ୧୦୫ ଜଣ ମହିଳା ଓ ପୁରୁଷ କଳସଧାରୀ ସାମିଲ ହୋଇଥିଲେ। ରବିବାର ଅଙ୍କୁରାରୋପଣ, ସୋମବାର କଳସାଧିବାସ ଓ ଯଜ୍ଞ ଆରମ୍ଭ, ମଙ୍ଗଳବାର ଚଣ୍ଡୀପାଠ,ଯଜ୍ଞ କର୍ମ, ସମ୍ପନ୍ନ ହୋଇଛି। ସେହିପରି ପ୍ରତ୍ୟେକ ଦିନ ମା ଙ୍କ ର ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପାଦନ ହେବା ସହିତ ବୁଧବାର ପୂର୍ଣ୍ଣାହୁତି ର କାର୍ଯ୍ୟକ୍ରମ ରହିଛି। ବିଶିଷ୍ଟ ପଣ୍ଡିତ ଙ୍କ ଦ୍ଵାରା ଏହି ଯଜ୍ଞ କାର୍ଯ୍ୟ ସମ୍ପାଦନ ହେଉଛି।ଏହି ଯଜ୍ଞ ଉତ୍ସବରେ ଛୋଟ ପିଲାଙ୍କ ପାଇଁ ଦୋଳି, ମିନା ବଜାର ଓ ସୁସଜ୍ଜିତ ଅଲୋକମାଳା ମେଳା କୁ ଖୁବ ଆକର୍ଷଣୀୟ କରିଥିବା ବେଳେ ପ୍ରତ୍ୟେକ ସନ୍ଧ୍ୟାରେ,ନାମ ସଂକୀର୍ତ୍ତନ , ଭଜନ ସମାରୋହ, ଏବଂ ବିଭିନ୍ନ ପ୍ରକାର ମ୍ୟାଜିକ ଶୋ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ପ୍ରତ୍ୟେକ ଦିନ ଆନନ୍ଦ ବଜାରରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି । ଗ୍ରାମବାସୀ ଙ୍କ ପକ୍ଷରୁ ମାୟାଧର ପ୍ରଧାନ, ଅତୁଲ୍ୟ ମଲ୍ଲିକ, ଆଲୋକ ପରିଡ଼ା, ସତ୍ୟନାରାୟଣ ମହାପାତ୍ର, ସନାତନ ମଲ୍ଲ ଙ୍କ ସମେତ ସମସ୍ତ ଗ୍ରାମବାସୀ କାର୍ଯ୍ୟ ପରିଚାଳନା କରୁଥିବା ବେଳେ ଆଖପାଖ ପଡୋଶୀ ଗ୍ରାମ ଓ ଜନସାଧାରଣ ସହଯୋଗ କରୁଛନ୍ତି। ଏହି ଯଜ୍ଞ ଉତ୍ସବ ମେଳାରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଉଛନ୍ତି।

Related Posts

About The Author

Add Comment